scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମଲିଙ୍ଗି ବିବାହ କରିଥିବା କେନ୍ଦ୍ରପଡା ଯୁବତୀଙ୍କ ଚେତାବନୀ: ଅଲଗା କରିବା ପାଇଁ ଚେଷ୍ଟା କଲେ ପରିଣତି ଭୟଂକର ହେବ

14/01/2019 at 9:10 PM

ପଟ୍ଟମୁଣ୍ଡାଇ୧୪|୧: ପୁଣି ଥରେ ଚର୍ଚାକୁ ଆସିଲା ସମଲିଙ୍ଗୀ ବିବାହ କରିଥିବା ପଟ୍ଟାମୁଣ୍ଡାଇ ଅଂଚଳର ଦୁଇ ଯୁବତୀଙ୍କ କଥା । ଦୁଇ ଯୁବତୀ ବିବାହ କରିସାରିଥିବାବେଳେ ମୋନାଲିଶା ନାଏକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପଟ୍ଟାମୁଣ୍ଡାଇ ପୋଲିସ ଦୁହିଁଙ୍କ ଉଦ୍ଧାର କରି ପଚରାଉଚରା କରିଛି ।ତାଙ୍କୁ କୋର୍ଟରେ ମଧ୍ୟ ହାଜର କରାଯାଇଛି ।

ଦୁହେଁ ସାବାଳିକା ଏବଂ ପରସ୍ପରକୁ ଭଲ ପାଆନ୍ତି ବୋଲି ଆଜି ଖୋଲାଖୋଲି ଗଣ ମାଧ୍ୟମକୁ କହିଛନ୍ତି । ଜୀବନ ସାରା ସେମାନେ ସ୍ବାମୀ ସ୍ତ୍ରୀଭଳି ଜୀବନ ବିତେଇବେ ବୋଲି କହିଛନ୍ତି । ପରସ୍ପରଠାରୁ ଅଲଗା କରିବା ପାଇଁ ଚେଷ୍ଟା କଲେ ପରିଣାମ ଭୟଙ୍କର ହେବବୋଲି ଚେତାବନୀ ଦେଇଛନ୍ତି । ମୋନାଲିଶା ନାୟକ ଏବଂ ସାବିତ୍ରୀ ପରିଡା କହିଛନ୍ତି ଯେ, ପରିବାର ଲୋକଙ୍କୁ ଏ କଥା ଖରାପ ଲାଗୁଥାଇପାରେ । କିନ୍ତୁ ସେଥିରେ କିଛି କରିବାର ନାହିଁ । ଭଲ ପାଇବା ଆଗରେ ସବୁ ତୁଚ୍ଛ ବୋଲି ସାବିତ୍ରୀ କହିଛନ୍ତି ।

ଏହି ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ରାପଡ଼ା ଚର୍ଚ୍ଚାକୁ ଆସିଛି। ପଟ୍ଟାମୁଣ୍ଡାଇ ଶ୍ରୀରାମପୁରର ଅଞ୍ଚଳର ଯୁବତୀ ମୋନାଲିଶା ମହାନ୍ତି ଏବଂ ମହାକାଳପଡ଼ା ଅଞ୍ଚଳର ଯୁବତୀ ସାବିତ୍ରୀ ପରିଡା ଶନିବାର ନୋଟାରିରେ ବିବାହ କରିଥିଲେ । ତେବେ ମୋନାଲିସାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ପ୍ରଲୋଭିତ କରି ମହାକାଳପଡ଼ାର ସାବିତ୍ରୀ ପରିଡା ବିବାହ କରିଛନ୍ତି । ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।…

  

 ପଟ୍ଟାମୁଣ୍ଡାଇ ଯୁବତୀଙ୍କ ବାପା ଆଣିଥିଲେ ପ୍ରଲୋଭନର ଅଭିଯୋଗ । ତାଙ୍କ ଝିଅକୁ ପ୍ରଲୋଭିତ କରି ମହାକାଳପଡ଼ା ଯୁବତୀ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।…

ଏ ଦୁଇ ଯୁବତୀ ପୂର୍ବରୁ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପଢୁଥିଲେ । ପରେ କଟକରେ ସେମାନେ ଗୋଟିଏ କମ୍ପାନୀରେ ଚାକିରି ମଧ୍ୟ କଲେ । ଶନିବାର ଉଭୟ କେନ୍ଦ୍ରାପଡ଼ା ନୋଟାରୀରେ ବିବାହ କରିଛନ୍ତି । ସେପଟେ ନୋଟାରି ଆଶୁତୋଷ ମହାନ୍ତି କହିଛନ୍ତି ଯେ, ଉଭୟ ସାବାଳିକା, ତେଣୁ ଆଇନ ଅନୁଯାୟୀ ସେମାନେ ଏକାଠି ବୈବାହିକ ଜୀବନ ଅତିବାହିତ କରିପାରିବେ।

ବିବାହ କରିଥିବା ଯୁବତୀଙ୍କ ମଧ୍ୟରୁ ଜଣଙ୍କ ବୟସ ୨୭ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୨୮ ବର୍ଷ।ଯଦିଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟ ବିବାହ କରିବାରେ ଆଇନଗତ ଭାବେ କୈଣସି ଆପତ୍ତି ନାହିଁ।

   Related Posts