scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମଲିଂଗୀ ବିବାହ କରିଥିବା ପଟ୍ଟାମୁଣ୍ଡାଇର ୨ଯୁବତୀଙ୍କୁ ସ୍ବାଧାର ଗୃହରେ କିଛିଦିନ ରଖିବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ

15/01/2019 at 8:51 PM

ପଟ୍ଟାମୁଣ୍ଡାଇ1୫|୧: ପଟ୍ଟାମୁଣ୍ଡାଇରେ ସମଲିଙ୍ଗୀ ବିବାହ କରିଥିବା ୨ଯୁବତୀଙ୍କୁ  ସ୍ବଧାର ଗୃହରେ କିଛି ଦିନ ରଖିବା ପାଇଁ କେନ୍ଦ୍ରାପଡା ଏସଡିଜେଏମ ଅଦାଲତ ନିର୍ଦ୍ଦେଶ ଦେିଛନ୍ତି ।ଗତକାଲି ଏହି ଦୁଇ ଯୁବତୀଙ୍କୁ ପଟ୍ଟମୁଣ୍ଡାଇ ପୋଲିସ ପଚରା ଉଚରା କରିବା ପରେ ଆଜି ଏସଡିଜେଏମ ଅଦାଲତରେ ସେମାନଙ୍କୁ ହାଜର କରିଥିଲେ । ଦୁଇ ଯୁବତୀ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଅଦାଲତଙ୍କୁ ଜଣାଇଥିଲେ । ଫଳରେ ସେମାନଙ୍କୁ ସୁଧାର ଗୃହରେ ରଖିବା ପାଇଁ ଅଦାଲତ ନିଷ୍ପତ୍ତି ନେଇଥିଲେ ।  

ପରସ୍ପରକୁ ଭଲ ପାଉଥିବା ଦୁଇ ଯୁବତୀ ବିବାହ କରିସାରିଥିବାବେଳେ ମୋନାଲିଶା ନାଏକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପଟ୍ଟାମୁଣ୍ଡାଇ ପୋଲିସ ଦୁହିଁଙ୍କ ଉଦ୍ଧାର କରି କୋର୍ଟରେ ହାଜର କରାଯାଇଛି । ଦୁହେଁ ସାବାଳିକା ଏବଂ ପରସ୍ପରକୁ ଭଲ ପାଆନ୍ତି ବୋଲି ଖୋଲାଖୋଲି ଏଦୁଇଜଣ ଗଣ ମାଧ୍ୟମକୁ କହିଥିଲେ । ଜୀବନ ସାରା ସେମାନେ ସ୍ବାମୀ ସ୍ତ୍ରୀଭଳି ଜୀବନ ବିତେଇବେ ବୋଲି କହିଥିଲେ । ପରସ୍ପରଠାରୁ ଅଲଗା କରିବା ପାଇଁ ଚେଷ୍ଟା କଲେ ପରିଣାମ ଭୟଙ୍କର ହେବବୋଲି ଚେତାବନୀ ମଧ୍ୟ ଦେଇଥିଲେ ।

ଏହି ଦୁଇ ଯୁବତୀ ମୋନାଲିଶା ନାୟକ ଏବଂ ସାବିତ୍ରୀ ପରିଡା କହିଛନ୍ତି ଯେ, ପରିବାର ଲୋକଙ୍କୁ ଏ କଥା ଖରାପ ଲାଗୁଥାଇପାରେ । କିନ୍ତୁ ସେଥିରେ କିଛି କରିବାର ନାହିଁ । ଭଲ ପାଇବା ଆଗରେ ସବୁ ତୁଚ୍ଛ । ପଟ୍ଟାମୁଣ୍ଡାଇ ଶ୍ରୀରାମପୁରର ଅଞ୍ଚଳର ଯୁବତୀ ମୋନାଲିଶା ମହାନ୍ତି ଏବଂ ମହାକାଳପଡ଼ା ଅଞ୍ଚଳର ଯୁବତୀ ସାବିତ୍ରୀ ପରିଡା ଗତ ସପ୍ତାହରେ ନୋଟାରିରେ ବିବାହ କରିଥିଲେ ।

ତେବେ ମୋନାଲିସାଙ୍କ ବାପା ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅକୁ ପ୍ରଲୋଭିତ କରି ମହାକାଳପଡ଼ାର ସାବିତ୍ରୀ ପରିଡା ବିବାହ କରିଛନ୍ତି । ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ସୂଚନାଯୋଗ୍ୟ ଯେ, ଦୁଇ ଯୁବତୀ ପୂର୍ବରୁ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପଢୁଥିଲେ । ପରେ କଟକରେ ସେମାନେ ଗୋଟିଏ କମ୍ପାନୀରେ ଚାକିରି ମଧ୍ୟ କଲେ । ଗତ ସପ୍ତାହରେ ଉଭୟ କେନ୍ଦ୍ରାପଡ଼ା ନୋଟାରୀରେ ବିବାହ କରିଥିଲେ । ସେପଟେ ନୋଟାରି ଆଶୁତୋଷ ମହାନ୍ତି କହିଥିଲେ ଯେ, ଉଭୟ ସାବାଳିକା, ତେଣୁ ଆଇନ ଅନୁଯାୟୀ ସେମାନେ ଏକାଠି ବୈବାହିକ ଜୀବନ ଅତିବାହିତ କରିପାରିବେ।

ବିବାହ କରିଥିବା ଯୁବତୀଙ୍କ ମଧ୍ୟରୁ ଜଣଙ୍କ ବୟସ ୨୭ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୨୮ ବର୍ଷ। ଯଦିଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟ ବିବାହ କରିବାରେ ଆଇନଗତ ଭାବେ କୈଣସି ଆପତ୍ତି ନାହିଁ। ତେବେ ଏମାନଙ୍କ ବିବାହକୁ ନେଇ ସମାଜ କେତେ ଗ୍ରହଣ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାବିତ୍ରୀ ପରିଡା କହିଛନ୍ତି ଯେ, ଅଦାଲତ ଯେତେବେଳେ ଏଭଳି ସମ୍ପର୍କକୁ ସ୍ବିକୃତୀ ଦେଇଛି ସେତେବେଳେ କିଏ କଣ କହିବାର ଅଛି । ଓଡିଶାରେ ଏମିତି ଘଟଣା ଘଟିନି ସେଥିପାଇଁ ସମସ୍ତଙ୍କୁ ଅଡୁଆ ଲାଗୁଛି । ଆଗକୁ ଏମିତି ଅନେକ ଘଟଣା ଘଟିପାରେ ।

   Related Posts