scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘଷିପୁରା ପଞ୍ଚୁପଲ୍ଲୀ ଗାଁ ନିକଟରେ ବୁଲୁଛି କଲରାପତରିଆ, ସ୍ପଷ୍ଟ କଲା ବନ ବିଭାଗ

18/11/2023 at 5:33 PM

ଆନନ୍ଦପୁର ୧୮।୧୧: କେନ୍ଦୁଝର ଘଷିପୁରା ଥାନା ପଞ୍ଚୁପଲ୍ଲୀ ଗାଁ ନିକଟକୁ ଆସିଥିଲା ବାଘ । ଏକ ଭାଇରାଲ ଭିଡିଓରୁ  କଲରାପତରିଆ ବାଘ ଏହି ଅଞ୍ଚଳରେ ବୁଲୁଥିବା ସ୍ପଷ୍ଟ କରିଛି ବନ ବିଭାଗ । ପଞ୍ଚୁପଲ୍ଲୀ ଗାଁ ନିକଟରେ ବାଘ ବୁଲୁଥିବା ନେଇ ସ୍ପଷ୍ଟ କରିଛି ବନ ବିଭାଗ । ଆସିଥିବା ବାଘ ଏକ ମଧ୍ୟବୟସ୍କ କଲରାପତରିଆ ବାଘ ହୋଇଥିବା ଆନନ୍ଦପୁର ଡିଏଫଓ ଅଭୟ କୁମାର ଦଳେଇ ସୂଚନା ଦେଇଛନ୍ତି । ବାଘଟି ହଦଗଡ ଜଙ୍ଗଲରୁ ଆସି ପୁଣି ଥରେ ସେହି ଜଙ୍ଗଲକୁ ଫେରି ଯାଇଥିବା ଅନୁମାନ କରାଯାଇଥିବା ବେଳେ ଗାଁ ଲୋକ ସତର୍କ କରିଛି ବନ ବିଭାଗ । ଗାଁ ନିକଟରେ ବାଘ ଆସିଥିବା ଏହି ଭାଇରାଲ ଭିଡିଓକୁ ପ୍ରଥମେ ସମସ୍ତେ ଅଣଦେଖା କରୁଥିଲେ । ହେଲେ ବନ ବିଭାଗ କଥାକୁ ଗୁରୁତ୍ବର ସହ ନେଇ ପ୍ରକୃତ ସତକୁ ସାମ୍ନାକୁ ଆଣିଛି ।

ସମବାୟ ସମିତିରେ କାର୍ଯ୍ୟରତ ଦୁଇ ଯୁବକ ଗାଁଠାରୁ କିଛି ଦୂରରେ ଥିବା ଲେକଙ୍କ ଚାଷ ଜମି ବୁଲି ଦେଖିବା ସମୟରେ ବାଘ ବିଲ ମଧ୍ୟରେ ଯାଉଥିବା ଦେଖି ଭିଡିଓ ଉତ୍ତୋଳନ କରିଥିଲେ । ଗତକାଲି ଏହି ଭିଡିଓ ଭାଇରାଲ ହେବା ପରେ ବନ ବିଭାଗ ତରଫରୁ ଆରମ୍ଭ ହୋଇଥିଲା ଖୋଳତାଡ । ଶେଷରେ ପାଦଚିହ୍ନରୁ ସ୍ପଷ୍ଟ ହୋଇଥିବା ଭିଡିଓରେ ଥିବା ଜନ୍ତୁଟି ଏକ ମଧ୍ୟ ବୟସ୍କ କଲରାପତରିଆ ବାଘ ।

ଗାଁ ନିକଟରୁ ବାଘ ଆସିଥିବା ଜାଣି ଚିନ୍ତାରେ ଏବେ ଗାଁ ଲୋକ । କାରଣ ଏଠାକାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବା ବେଳେ ବିଲବାଡିକୁ ଲୋକଙ୍କ ଯାତାୟତ ଲାଗିରହିଥାଏ । ତେବେ ଏହିଭଳି ଭାବେ ବାଘ ଯାତାୟତ କଲେ ଲୋକଙ୍କ ଚାଷବାସ କାମ ବାଧା ସୃଷ୍ଟି ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ଗତ ୧୫ ତାରିଖ ସନ୍ଧ୍ୟାରେ ଗାଁନିକଟକୁ ଆସିଥିବା ବାଘଟି ପୁଣି ଥରେ ବୈତରଣୀ ନଦୀ ପାରି ହୋଇ ହଦଗଡ ଜଙ୍ଗଲକୁ ଫେରିଯାଇଥିବା ଜଣାପଡିଛି । ନଦୀ ନିକଟରେ ଥିବା ବାଦାମ କ୍ଷେତରେ ପଡିଥିବା  ବାଘର ପାଦ ଚିହ୍ନକୁ ନେଇ ବନ ବିଭାଗ ବାଘ ଫେରିଥିବା କଥା ସ୍ପଷ୍ଟ କରିଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବା ସହ ସନ୍ଧ୍ୟାରେ କେହି ଏକାକୀ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଆବଶ୍ୟକ ପଡିଲେ ଦଳଦଳ ହୋଇ ବାହାରକୁ ଯିବାକୁ ପରାମର୍ଶ କରିଛି ବନ ବିଭାଗ । ଅଧିକ ଅନୁସନ୍ଧାନ ପାଇଁ ବିଭାଗ ତରଫରୁ ବାଘର ପାଦଚିହ୍ନକୁ କାଷ୍ଟିଂ କରି ପରୀକ୍ଷା ପାଇଁ ପଠାଯିବାର ବନ ବିଭାଗ ବ୍ୟବସ୍ଥା କରିଛି ।

You Can Read :

   Related Posts