ଢେଙ୍କାନାଳ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ, ବନ ବିଭାଗ କ୍ୟାମେରାରେ ହେଲା କଏଦ

Published By : Prameya-News7 Bureau | August 24, 2021 IST

ଢେଙ୍କାନାଳ ୨୪।୮: ଢେଙ୍କାନାଳ ଜଙ୍ଗଲରେ ଦେଖାଗଲା କଲରାପତରିଆ ବାଘ । ବାଘର ଅବସ୍ଥିତି ନେଇ ନିଜ ଟ୍ବିଟର ସାଇଟରେ ସୂଚନା ଦେଇଛି ଢେଙ୍କାନାଳ ବନ ବିଭାଗ । ଭିଜୁଆଲରେ ଏକ ଅଣ୍ଡିରା କଲରାପତରିଆ ବାଘ ଜଙ୍ଗଲ ଭିତରେ ବୁଲୁଥିବାର ଦେଖିବାକୁ ମିଳିଛି । ଘଞ୍ଚ ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ କଏଦ ହୋଇଛି ଏହି କଲରାପତରିଆ ବାଘ ।

{"id":500423,"sizeSlug":"full","linkDestination":"none"}

ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ଏହି ବାଘକୁ ମିଶାଇ ମୋଟ୍ ୭ଟି ବାଘ ରହିଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ । ଏହି ବାଘଙ୍କ ମଧ୍ୟରେ ତିନି ୪ଟି ମାଈ ବାଘୁଣୀ ରହିଥିବା ଅନୁମାନ କରାଯାଇଛି । ତେବେ ଏହି ବାଘଗୁଡିକର ସୁରକ୍ଷା ଦୃଷ୍ଟିରୁ ସଠିକ୍ କେଉଁ ଜଙ୍ଗଲରେ ଏମାନଙ୍କୁ ଠାବ କରାଯାଇଛି ସେ ସମ୍ପର୍କରେ ସୂଚନାକୁ ବନ ବିଭାଗ ଗୁପ୍ତ ରଖିଛି । 

{"id":500457,"sizeSlug":"full","linkDestination":"none"}

ଜଙ୍ଗଲରେ ବିଭିନ୍ନ ପଶୁ ପକ୍ଷୀ କିଭଳି ସୁରକ୍ଷିତ ରହିପାରିବେ ସେ ନେଇ ରୀତିମତ ମନିଟରିଂ ଚାଲିଛି ବୋଲି କହିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.