ଜି.ଉଦୟଗିରି ୩୦।୧୧: କନ୍ଧମାଳ ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରିଛି ବନ ବିଭାଗ I ଏ ନେଇ ବନ ବିଭାଗ ପକ୍ଷରୁ ଶନିବାର ସୂଚନା ମିଳିଛି I ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭବାନୀ ଶଙ୍କର ପ୍ରଧାନଙ୍କ ଠାରୁ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ସେହିଭଳି ପ୍ରମୋଦ କୁମାର ପ୍ରଧାନଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ ଜବତ ହୋଇଛି I ବାଘ ଛାଲର ଲମ୍ବ ୨୩୯ ସେ.ମି. ରହିଥିବା ବେଳେ ବାଘର ଆନୁମାନିକ ବୟସ ୫ରୁ ୭ବର୍ଷ ହେବ I
ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧଙ୍କ ବୟାନ ଅନୁସାରେ ବାରହା ଶିକାର ପାଇଁ ଫାଶ ପକାଯାଇଥିବା ଜାଲରେ ବାଘ ପଡ଼ିଥିଲା I ଉକ୍ତ ଜାଲରେ ବାଘ ପଡିବା ପରେ ସିଜ୍ ହୋଇଥିବା ବନ୍ଧୁକ ଦ୍ୱାରା ଦୁଇ ଜଣ ବାଘକୁ ମାରିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି I ଏହି ବାଘ ଶିକାରରେ ଅନ୍ୟ ସନ୍ଦିଗ୍ଧ ମାନେ ଯଥା ଷଡ଼ଙ୍ଗୀ ପ୍ରଧାନ, ହେମନ୍ତ ପ୍ରଧାନ, ଲଣ୍ଡା ପ୍ରଧାନ, ମୁଟେଙ୍ଗା ପ୍ରଧାନ ଫେରାର ରହିଛନ୍ତି I ତାଙ୍କୁ ଗିରଫ କରିବା ପାଇଁ ଛାନଭିନ ଜାରି ରଖିଛି ବନ ବିଭାଗ I ବନ ବିଭାଗ ଅଧିକାରୀ କାଜୋଲ ନାୟକ କେଶ ନମ୍ବର ୧୦୬/୨୪-୨୫ରେ ଏକ ମାମଲା ରୁଜୁ କରି ଗିରଫ ଉଭୟଙ୍କୁ କୋର୍ଟ ଚାଲାଣ କରୁଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି I
ସେପଟେ ବାଘ ଶିକାର କରି ମାଂସ ଭାଗ ବାଣ୍ଟି ଖାଇ ଦେଇଥିବା ବନ ବିଭାଗ ସୂଚନା ଦେଇଛି I
You Can Read:
ପନ୍ନୁ ନାଁରେ ଧମକପୂର୍ଣ୍ଣ ଇ-ମେଲ୍ ପରେ ଛାନଭିନ୍ ଆରମ୍ଭ : ଯାଞ୍ଚ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ