ଦେବଗଡ ଜିଲ୍ଲାରୁ କଲରାପତରିଆ ବାଘର ଛାଲ ଜବତ, ୬ ଗିରଫ

Published By : Prameya-News7 Bureau | September 24, 2019 IST

ଦେବଗଡ ୨୪।୯: ଦେବଗଡ ବନବିଭାଗ ପକ୍ଷରୁ ତିଲେଇବଣି ସେକ୍ସନ ଅନ୍ତର୍ଗତ ଚଟିବରଘାଟ ଗ୍ରାମରୁ ବାଘ ଛାଲ ଜବତ କରାଯାଇଛି। ଜବତ ବାଘ ଛାଲଟି କଲରାପତରିଆ ପ୍ରଜାତିର ଓ ଏହାର ଲମ୍ବ ୧.୦୫ ମିଟର ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ବନବିଭାଗ ପକ୍ଷରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଆଉ କିଛି ବ୍ୟକ୍ତି ସାମିଲ ଥିବା ସନ୍ଦେହରେ ଅଧିକ ତଦନ୍ତ ଜାରି ରହିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ କିଛି ଜଣ ସୁନ୍ଦରଗଡ ଜିଲ୍ଲାର ବାସିନ୍ଦା ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଯେ, କିଛି ମାସ ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଦେବଗଡର ବାରକୋଟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଜବତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.