AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ସଚ୍ଚିବାଳୟ ଭିତରେ ପଶିଛି ବାଘ ; ଆରମ୍ଭ ହେଲା ଧରିବା ଅଭିଯାନ, ଦୁଇ ଶହ ବନ କର୍ମଚାରୀ ନିୟୋଜିତ

5/11/2018 at 1:45 PM

ଅହମ୍ମଦାବାଦ ୫|୧୧: ଗୁଜୁରାଟ ସଚ୍ଚିବାଳୟ ମଧ୍ୟରେ ଆଜି ସକାଳୁ ସକାଳୁ ଏକ କଲରାପତରିଆ ବାଘ ପଶିଯାଇଛି । ସିସିଟିଭି ଫୁଟେଜରୁ ଏକଥା ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଫଳରେ ଗୁଜୁରାଟ ସଚ୍ଚିବାଳୟକୁ ବନ କର୍ମଚାରୀ ଏବଂ ପୋଲିସ କର୍ଡନ କରି ରଖିଛନ୍ତି ।  କଲରାପତରିଆକୁ ଧରିବା ପାଇଁ ଟ୍ରାଙ୍କୁଲାଇଜିଂ ଟିମକୁ ବାଘ ଧରିବା ଅଭିଯାନରେ ସାମିଲ କରାଯାଇଛି ।

ସିସିଟିଭିରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୭ଟା ବେଳକୁ ସଚିବାଳୟର ୭ନଂ ଗେଟ୍ ତଳେ ଗୁରୁଣ୍ଡି ଗୁରୁଣ୍ଡି କଲରାପତରିଆ ବାଘ ସଚିବାଳୟ ପରିସରକୁ ପ୍ରବେଶ କରିଥିଲା । କଲରାପତରିଆ ପ୍ରବେଶ କରିଥିବା ବ୍ଲକ୍ ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି । ସଚିବାଳୟ ଭିତରେ ବାଘ ଥିବାରୁ ଆଜି ସଚିବାଳୟ କାର୍ଯ୍ୟ ବନ୍ଦରହିଛି । ପାଖାପାଖି ୨ଶହ ବନ କର୍ମଚାରୀ ଏହି ଅପରେସନରେ ସାମିଲ ହୋଇଛନ୍ତି । ତେବେ ବାଘଟି କେଉଁଠୁ ଓ କେମିତି ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାଘ ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚିବା ଭିତରେ କାହାକୁ ଆକ୍ରମଣ କରିଛି କି ନାହିଁ ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି ।

   Related Posts