ପୁଣି ଦେଖିବାକୁ ମିଳିଲା କଲରାପତରିଆ ବାଘର ପାଦ ଚିହ୍ନ, ଗାଁ ଲୋକେ ଭୟଭୀତ
6/03/2023 at 11:24 AM

ସୁନ୍ଦରଗଡ଼ ୬।୩: ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ପୁଣି ମିଳିଲା ବାଘର ପାଦ ଚିହ୍ନ । ସୋମବାର ସକାଳୁ ବାଘର ପାଦ ଚିହ୍ନି ଗାଁ ଭିତରେ ଦେଖିବାକୁ ମିଳିଛି । ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଗାଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଗତ ୧ ତାରିଖରେ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ନିକଟରେ ଏକ କଲରାପତରିଆ ବାଘ ଦେଖିବାକୁ ମିଳିଥିଲା । ବାଘକୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ଫେଲ୍ ମାରିଥିଲା । ଲୁଚିଥିବା ସ୍ଥାନରୁ ଅନ୍ୟତ୍ର ପଳାଇଥିଲା ବାଘ । ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଜାଲ ବିଛାଯିବା ସହ ଛେଳି ଓ କୁକୁଡ଼ା ମଧ୍ୟ ରଖାଯାଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ବାଘଟି ଜାଲ ଉପରୁ ଡେଇଁ ପଳାଇଥିଲା ।