ଲୋଡ୍ରା ଗାଁରେ ବୁଲୁଛି କଲରାପତରିଆ, କ୍ୟାମେରାରେ କଏଦ ହେଲା ଚିତ୍ର
1/03/2023 at 12:05 PM

ନୂଆପଡା ୦୧/୦୩: ନୂଆପଡାରେ ପୁଣି ବାଘ ଆତଙ୍କ । ଧରମବନ୍ଧା ଥାନା ଲୋଡ୍ରା ଗାଁରେ ବୁଲୁଛି କଲରାପତ୍ରିଆ ବାଘ । ସୋମବାର ଏକ ବାରହା ଖାଇଥିବା ବେଳେ ମଙ୍ଗଳବାର ଏକ ଗାଇ ମାରି ଖାଇଥିବା ଜଣାପଡିଛି ।
ଖବର ପାଇ ବନ ବିଭାଗ ୫ଟି କ୍ୟାମେରା ଲଗାଇଥିବା ବେଳେ ସେଥିରେ କଲରାପତ୍ରିଆ ବାଘର ସ୍ପଷ୍ଟ ଚିତ୍ର ରହିଛି । ଅନ୍ୟପଟେ କିଛି ଲୋକ ରାସ୍ତାରେ ଯାଉଥିବା ବେଳେ ବାଘକୁ ଦେଖି ନିଜ ମୋବାଇଲରେ ଭିଡିଓ ଉଠାଇ ଥିଲେ । ଏବେ ଗାଁରେ ଭୟର ବାତାବରଣ ଦେଖା ଦେଇଛି । ବନ୍ୟଜନ୍ତୁ ଓ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବାକୁ ଗାଁରେ ଜଗି ରହିଛନ୍ତି ବନ କର୍ମଚାରୀ ।
Related Posts
ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
28 March 2023
ଗୋଠଛଡ଼ା ଦନ୍ତାର ଉତ୍ପାତ, ଆକ୍ରମଣରେ ଶ୍ରୀଧର ଗୁରୁତର
28 March 2023