ମହୁଆଭଟାରେ କଲରାପତରିଆ ବାଘ ଆତଙ୍କ, ଗୃହପାଳିତ ପଶୁଙ୍କୁ ରାମ୍ପୁଡି ମାରିଲା
15/03/2023 at 11:43 AM

ନୂଆପଡା ୧୫/୦୩ : ନୂଆପଡାରେ ପୁଣି ମାତିଲା କଲପତରିଆ । ତରିଆ ମହୁଆଭଟା ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗୋଟିଏ ବାଛୁରୀ ସହ ମହିଁଷିକୁ ରାମ୍ପୁଡା ମାରିଥିବା ସୁଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଆମାନାରା ଫରେଷ୍ଟର ଚୁଡାମଣୀ ସରାଫ ।
ସୂଚନା ଥାଉକି, ଗତ ୫ ତାରିଖ ରାତିରେ ଗୋଟିଏ ଗାଇକୁ ମାରି ଖାଇଥିଲା କଲରାପତରିଆ ବାଘ । ଏବେ ପୁଣିଥରେ ବାଚୁରୀ ଓ ମହିଁଷିଙ୍କୁ ରାମ୍ପୁଡିଛି । ଫଳରେ ଗତ ଦୁଇ ସପ୍ତାହ ମଧ୍ୟରେ ବାଘର ଉତପାତ୍ ହେତୁ ଲୋକେ ଭୟଭୀତ ହୋଇପଡିଛନ୍ତି । ଲୋକଙ୍କ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛି ।