କୁନୋ ଜାତୀୟ ଉଦ୍ୟାନରେ ଚିତା ଜ୍ବାଲାର ଶାବକ ମୃତ

Published By : Prameya-News7 Bureau | May 23, 2023 IST

ନୂଆଦିଲ୍ଲୀ, ୨୩/୦୫: ମଧ୍ୟ ପ୍ରଦେଶ କୁନୋ ଜାତୀୟ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ। କୁନୋ ଜାତୀୟ ଉଦ୍ୟାନରେ ଥିବା ମାଈ ଚିତା ଜ୍ବାଲାର ଶାବକର ମୃତ୍ୟୁ ହୋଇଛି। ଏହା ସହ କୁନୋରେ ଚତୁର୍ଥ ଚିତା ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ କୁନୋରେ ବଡ଼ ଏନକ୍ଲୋଜରରେ ଚିତା ଜ୍ବାଲା ଏବଂ ତାହାର ଶାବକକୁ ରଖାଯାଇଥିଲା। ଏଠା​‌ରେ ହିଁ ଆଜି ଶାବକର ମୃତ୍ୟୁ ହୋଇଛି। ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଥାଉକି, ଶାବକଙ୍କୁ କୌଣସି ରୋଗ ଥିଲା କିମ୍ବା ନାହିଁ ଏନେଇ ସ୍ପଷ୍ଟ ହୋଇନାହିଁ।

ସୂଚନାଥାଉକି, ଗତ ମାସରେ ମାଈ ଚିତା ଜ୍ବାଲା ୪ ଶାବକଙ୍କୁ  ଜନ୍ମ ଦେଇଥିଲା। ଶାବକଙ୍କୁ ଯେଉଁ ଏନକ୍ଲୋଜର ଭିତରେ ରଖାଯାଇ ଏବଂ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିଲା। କିନ୍ତୁ ମଙ୍ଗଳବାର ସକାଳେ ଶାବକର ମୃତ୍ୟୁ ହୋଇଛି ଯାହାକୁ ନେଇ ଅଧିକାରୀ ମଧ୍ୟ ଚିନ୍ତାରେ।

ପ୍ରଥମେ ମାର୍ଚ୍ଚରେ ମାଈ ଚିତା ସାସାର ମୃତ୍ୟୁ ହୋଇଥିଲା। ଏହାପରେ ଏପ୍ରିଲରେ ଉଦୟ ନାମକ ଚିତା ଆଉ ଏହା ପରେ ପୁଣି ମାଈ ଚିତା ଦକ୍ଷାର ମୃତ୍ୟୁ ହୋଇଥିଲା। ତେବେ ଲଗାତାର କୁନୋରେ ହେଉଥିବା ଚିତାଙ୍କ ମୃତ୍ୟୁକୁ ନେଇ ପୁଣି ତରେ ଚିତା ପ୍ରୋଜେକ୍ଟ ଉପରେ ପ୍ରଶ୍ନ ଉଠିଛି।

ତିନି ଚିତା ଆଉ ଏକ ଶାବକର ମୃତ୍ୟୁ ପରେ କୁନୋରେ ଏବେ ଚିତା ସଂଖ୍ୟା ୨୪ରୁ ୨୦ ହୋଇଛି।  ଯେଉଁଥିରେ ୧୭ ମାଈ- ଅଣ୍ଡିରା ଚିତା ଏବଂ ୩ ଶାବକ ରହିଛନ୍ତି।

        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.