oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

କଲରାପତରିଆ ବାଘ-କୁକୁର ଏକାଠି, ଶୌଚାଳୟ ଭିତରେ ୭ ଘଣ୍ଟା ରହିଲେ, ଶେଷରେ ହେଲା କ’ଣ ? ଇଣ୍ଟରନେଟରେ ଭାଇରାଲ

4/02/2021 at 1:38 PM

ବେଙ୍ଗାଲୁରୁ,୦୪/୦୨:  ଶୌଚାଳୟରେ ଫସିଗଲେ କଲରାପତରିଆ ଓ କୁକୁର । କୁକୁରକୁ ପିଛା କରିବା ସମୟରେ ଏକ କଲରାପତରିଆ ଶୌଚାଳୟରେ ଫସି ଯାଇଥିଲା । ଉଭୟ ୭ ଘଣ୍ଟା ଧରି ସେଠାରେ ଫସି ରହିଥିଲେ । ପରେ ବାଘଟି କୁକୁରକୁ ନମାରି ଚାଲି ଯାଇଥିଲା । ଏହି ଘଟଣା କର୍ଣ୍ଣାଟକର ବିଲିନେଲା ଗ୍ରାମର କୈକମ୍ବୋ ଫାର୍ମ ହାଉସରେ ସାମ୍ନାକୁ ଆସିଛି । ଏହି ଫାର୍ମ ହାଉସ କିଡୁ ସଂରକ୍ଷିତ ଜଙ୍ଗଲ ନିକଟରେ  ଅବସ୍ଥିତ ।

ବନ ବିଭାଗର ଅଧିକାରୀ ଭି କରିକାଲନଙ୍କ କହିବାନୁସାରେ, ଜଣେ ବ୍ୟକ୍ତି ଫାର୍ମ ହାଉସ ଶୌଚାଳୟର କବାଟ ଖୋଲିବା ବେଳେ ଭିତରେ କୁକୁର ଓ କଲରାପତରିଆ ବାଘକୁ ଦେଖିଥିଲେ । ଏହାପରେ ବନ ବିଭାଗର କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା । ପରେ କର୍ମଚାରୀମାନେ ସେଠାରେ ପହଁଚିଥିଲେ । ଉଭୟଙ୍କୁ ବାହାର କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ଶୌଚାଳୟ ବାହାରେ ଏକ ପିଞ୍ଜରା ରଖାଯାଇଥିଲା । ଏହାସହ ଚାରି ପାଖରେ ଜାଲ ବିଛା ଯାଇଥିଲା । ପଶୁ ଚିକିତ୍ସକଙ୍କ ମଧ୍ୟ ଡକା ଯାଇଥିଲା ।

କଲରାପତରିଆଟି କୁକୁରକୁ ନମାରି ଶୌଚାଳୟରୁ ଡେଇଁ ଚାଲି ଯାଇଥିଲା । ଏହାପରେ କୁକୁରଟି ବାହାରକୁ ବାହାରି ଥିଲା । ଏହି ଉଦ୍ଧାର କାର୍ଯ୍ୟ ୭ ଘଣ୍ଟା ଧରି ଚାଲିଥିଲା । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଶୌଚାଳୟର ଝରକାକୁ ଏହି ଫଟୋକୁ କେହି ଜଣେ ଉଠାଇଛନ୍ତି । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କୁହାଯାଉଛି ଯେ, ଯେତେବେଳେ ଉଭୟ ଶୌଚାଳୟରେ ଥିଲେ ସେହି ସମୟରେ ଜଣେ ମହିଳା ପ୍ରବେଶ କରିଥିଲେ । ସେ କଲରାପତରିଆରେ ଲାଞ୍ଜ ଦେଖି ତୁରନ୍ତ କବାଟ ବନ୍ଦ କରିଦେଇଥିଲେ ଓ ତାଲା ପକାଇ ଦେଇଥିଲେ ।ଏହାପରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା ।

   Related Posts