ଦ୍ବିତୀୟ ଥର ଆୟରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ, ପିତା ଥଲେ ଡାକ୍ତର ମା’ ଥିଲେ ନର୍ସ

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଳୀ, ୧୮,୧୨: ଦ୍ବିତୀୟ ଥର ଆୟରଲ୍ୟାଣ୍ଡ୍‌ର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଲିଓ ବରାଡକର। ଲିଓଙ୍କୁ ପ୍ରଥମ ଥର ଜୁନ୍ ୨୦୧୭ ରେ ଶାସନରେ ଥିବା ମେଣ୍ଟର ସବୁଠୁ ବଡ଼ ପାର୍ଟି ଫାଇନ ଗେଲ୍‌ର ନେତା ଭାବରେ ବଛାଯାଇଥିଲା।

ସେତେ​‌ବେ​‌ଳେ ଦୁଇଟି ରେକର୍ଡ ହୋଇଥିଲା। ଗୋଟିଏ ୬୦ ପ୍ରତିଶତ ଭୋଟ୍ ପାଇ ସେ ଆୟରଲ୍ୟାଣ୍ଡ୍ର ପ୍ରଥମ ସମଲିଙ୍ଗୀ ଏବଂ ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ହୋଇଥିଲେ। ଆୟରଲ୍ୟାଣ୍ଡ ଏଭଳି ଏକ ଦେଶ ଯେଉଁଠାରେ ସମଲିଙ୍ଗୀ ସଂପର୍କକୁ ଅପରାଧ ଭାବରେ ଧରାଯାଏ। ଆଉ ଏପରିସ୍ଥିତିରେ ଲିଓଙ୍କ ପାଇଁ ଏହା ଏକ ବଡ଼ ଉପଲବ୍ଧି ହୋଇପାରେ। ନିର୍ବାଚନ ପୂର୍ବରୁ ୨୦୧୫ରେ ସେ ସାର୍ବଜନୀନ ଭାବରେ ଏହା ସ୍ବୀକାର କରିଥିଲେ।

ଲିଓଙ୍କ ଜନ୍ମ ୧୮ ଜାନୁଆରୀ ୧୯୭୯ ରେ ଡବଲିନ ହୋଇଥିଲା। ତାଙ୍କ ମା’ ମରିୟମ ଆୟରଲ୍ୟାଣ୍ଡ୍‌ ଅଧିବାସୀ ଏବଂ ସେଠାରେ ସେ ନର୍ସ ଭାବରେ କାମ କରୁଥିଲେ। ବାପା ଅଶୋକ ବରାଡକର ଭାରତୀୟ ଥିଲେ। ସେ ମହାରାଷ୍ଟ୍ରର ସିନ୍ଧୁ ଦୁର୍ଗ ଜିଲ୍ଲାର ବରାଡ ଗ୍ରାମର ଅଧିବାସୀ। ଅବଶ୍ୟ ସେ ମୁମ୍ବାଇରେ ରହିଆସିଥିଲେ।

ଚାକିରି ପାଇଁ ଲିଓଙ୍କ ପିତା ୧୯୬୦ ରେ ଇଂଲଣ୍ଡ ପହଞ୍ଚିଥିଲେ ଏବଂ ଏଠାରେ ନାସନାଲ ହେଲଥ ସର୍ଭିସ୍‌ରେ ଡାକ୍ତର ଭାବରେ କାମ ଆରମ୍ଭ କରିଥିଲେ। ଏଠାରେ ମରିୟମଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହାପରେ ଉଭୟ ଆୟରଲାଣ୍ଡର ବାସିନ୍ଦା ହୋଇଯାଇଥିଲା। ଏଠାରେ ଲିଓଙ୍କ ଜନ୍ମ ହୋଇଥିଲା ଏବଂ ଏଠାରେ ହିଁ ଶିକ୍ଷାଗ୍ରହଣ କରିଥିଲେ।

ଲିଓ ନିଜ ମାତା-ପିତାଙ୍କ ଭଳି ମେଡିକାଲ ପ୍ରୋଫେସନକୁ ବାଛିଥିଲେ। ୨୦୦୩ରେ ​‌ସେ ଟ୍ରିନିଟି କଲେଜ୍‌ରୁ ମେଡିକାଲ ଡିଗ୍ରୀ ସହ ଅଭ୍ୟାସ ଆରମ୍ଭ କରିଥିଲେ। ଛାତ୍ର ଜୀବନରୁ ଲିଓ କଲେଜର ରାଜନୀତି ସକ୍ରିୟ ହୋଇଥିଲେ । ୨୦୦୭ ରେ ଡବଲିନ ଫାଇନ ଗେଲ୍ ଟିକେଟ୍ ରୁ ନିର୍ବାଚନ ଜିତି ୨୪ ବର୍ଷ ବୟସରେ   କାଉନସେଲର ହୋଇଥିଲେ। ୨୦୧୧ ରେ ତାଙ୍କ ଦଳ ନିର୍ବାଚନ ଜିତିଥିଲା ଏବଂ ମେଣ୍ଟ ସରକାର ଗଠନ କରିଥିଲେ। ସରକାର ତାଙ୍କୁ ପରିବହନ ଏବଂ ପର୍ଯ୍ୟଟନ ଏବଂ ଖେଳ ମନ୍ତ୍ରୀ କରାଯାଇଥିଲା।

୨୦୧୭ ରେ ଲିଓ ପ୍ରଥମ ଥର ଫାଇନ ଗେଲ୍ ପାର୍ଟୀ ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ସବୁଠୁ କମ୍ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୨୦ ରେ ଇସ୍ତଫା ଦେଇ କିଛି ଅବଧି ପାଇଁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ହୋଇଥିଲେ।

୨୦୨୦ ରେ ନିର୍ବାଚନ ହେବା ପରେ ତାଙ୍କୁ ଉପ ପ୍ରଧାନମନ୍ତ୍ରୀ ଭାବରେ ବଛାଯାଇଥିଲା। ଏହି ସମୟରେ କୋଭିଡ ମହାମାରୀ ଦେଶରେ ପ୍ରକୋପ ରହିଥିଲା। ଏହି ସମୟରେ ସେ ପୁଣି ଲୋକଙ୍କ ସେବା କରିଥିଲେ। ଯାହା ତାଙ୍କର ଲୋକପ୍ରିୟତା ବଢ଼ାଇଥିଲା।

୨୦୧୭ରେ ପ୍ରଧାନମନ୍ତ୍ରୀ ହେବା ପରେ ଲିଓ ପ୍ରଥମ ଥର ମୁମ୍ବାଇଠାରୁ ୫୦୦ କିମି ଦର ବରାଡ ଗାମରେ ପହଞ୍ଚିଥିଲେ। ଏଠାରେ ଗ୍ରାମବାସୀ ତାଙ୍କୁ ସ୍ବାଗତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.