ଆମେରିକା କୋର୍ଟରୁ Byjusକୁ ଝଟକା, ଲେଣ୍ଡର୍ସ ଜିତିଲେ ‘ବାୟଜୁସ୍ ଆଲଫା’ର ନିୟନ୍ତ୍ରଣ ମୋକଦ୍ଦମା

Published By : Prameya-News7 Bureau | November 10, 2023 IST

ଡିଲାୱେର ୧୦।୧୧: ଭାରତର ଆଡଟେକ୍‌ ଷ୍ଟାର୍ଟଅପ୍ ବାୟଜୁସଙ୍କ ଲେଣ୍ଡର୍ସ ‘ବାୟଜୁସ୍ ଆଲଫା’ର ନିୟନ୍ତ୍ରଣକୁ ନେଇ ବାୟଜୁସ ସହିତ ଆମେରିକାରେ  କରିଥିବା ଏକ ମୋକଦ୍ଦମାରେ ଜିତିଯାଇଛନ୍ତି। ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ ଆମେରିକୀୟ କୋର୍ଟ ଏକ ରାୟରେ କହିଛନ୍ତି ଯେ ବାୟଜୁସ୍ ଆଲଫାର ନିୟନ୍ତ୍ରଣ ନିଜ ହାତକୁ ନେଇ ବାୟଜୁସଙ୍କ ଲେଣ୍ଡରମାନେ ୧.୨ ବିଲିୟନ ଡଲାର ଋଣ ଉପରେ ଷ୍ଟାର୍ଟଅପ ପକ୍ଷରୁ ଡିଫଲ୍ଟରର ଉପଯୁକ୍ତ ଉପାୟରେ ଉଦାହରଣ ଦେଇଛନ୍ତି।

ଏହି ଲେଣ୍ଡରଙ୍କ ମଧ୍ୟରେ ରେଡଉଡ ଇନଭେଷ୍ଟମେଣ୍ଟସ୍ ଏଲଏଲସି ଓ ସିଲଭର ପଏଣ୍ଟ କ୍ୟାପିଟାଲ ଏଲପି ସାମିଲ ଅଛନ୍ତି। ଡିଲାୱେର ଚାନସରୀ କୋର୍ଟ ଜଜ୍ ମର୍ଗର୍ଣ୍ଣ ଜର୍ଣ୍ଣ ରାୟରେ କହିଛନ୍ତି ଯେ ବାୟଜୁସ୍ ସଂସ୍ଥାପକ ବାୟଜୁ ରବିନ୍ଦ୍ରନଙ୍କ ଜଣେ ସମ୍ପର୍କୀୟଙ୍କୁ ବାୟଜୁସ୍ ଆଲଫା ବୋର୍ଡରେ ଲେଣ୍ଡରଙ୍କ ନୋମିନୀଙ୍କ ଦ୍ୱାରା ରିପ୍ଲେସ୍ କରିବା ଲାଗି ଲେଣ୍ଡରଙ୍କ ନିକଟରେ କଣ୍ଟ୍ରାକଚୁଆଲ ରାଇଟସ୍‌ ଥିଲା।

ବାୟଜୁସ୍ ଆଲଫା ଏକ ସ୍ପେଶାଲ ପର୍ପସ୍ କମ୍ପାନୀ ଅଟେ, ଯାହାକୁ ଫାଇନାନ୍ସ ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇଛି। ବ୍ଲୁମବର୍ଗଙ୍କ ଅନୁସାରେ ଜଷ୍ଟିସ୍ ଜର୍ଣ୍ଣ ବାୟଜୁସଙ୍କ ସେହି ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ବାୟଜୁସ୍ ଆଲଫାର ଦେଖରେଖ ନିମନ୍ତେ ଲେଣ୍ଡରଙ୍କ ପକ୍ଷରୁ ମନୋନୀତ ଟିମୋଥି ପୋହଲଙ୍କୁ ଲଗାମ ସମ୍ଭାଳିବା ନିମନ୍ତେ ଅନୁଚିତ ରୂପେ ଅଧିକୃତ କରାଯାଇଥିଲା। ଜଜ୍ ରାୟରେ କହିଛନ୍ତି ଯେ କମ୍ପାନୀର ଡିଫଲ୍ଟ କାରଣରୁ ପୋହଲଙ୍କୁ ବାୟଜୁସ୍ ଆଲଫାର ଏକମାତ୍ର ନିର୍ଦ୍ଦେଶକ ରୂପେ ପ୍ରଭାବୀ ଢଙ୍ଗରେ ନିଯୁକ୍ତ କରାଯାଇଥିଲା। ବାୟଜୁସ ଆଲଫାର ଏକମାତ୍ର ନିର୍ଦ୍ଦେଶକ ରୂପେ ନିଯୁକ୍ତ ହେବା ପରେ ପୋହଲ କମ୍ପାନୀର ସମସ୍ତ ଅଧିକାରୀଙ୍କୁ ହଟାଇ ଦେଇଥିଲେ ଓ ନିଜେ ସିଇଓ ପଦବୀର ଦାୟିତ୍ୱ ସମ୍ଭାଳିଥିଲେ।   

{"id":868061,"sizeSlug":"full","linkDestination":"none"}

କିପରି ଆରମ୍ଭ ହେଲା ମାମଲା?
ଅନଲାଇନ ଏଜୁକେସନରେ ମହାମାରୀ କାଳର ବୁମ ସମାପ୍ତ ହେବା ପରେ ବାୟଜୁସର ବଢୁଥିବା ସଂକଟରେ ଲେଣ୍ଡର ଋଣ ଆକାରରେ ଦେଇଥିବା ୧.୨ ବିଲିୟନ ଡଲାର କମ୍ପାନୀରୁ ଫେରସ୍ତ ପାଇବା ପାଇଁ ଏବେ କଠିନ ପରିଶ୍ରମ କରୁଛନ୍ତି। ଏଥିରେ ଯେତେବେଳେ ସରକାରୀ ତଦନ୍ତକାରୀମାନେ ଚଳିତବର୍ଷ କମ୍ପାନୀର ଅଫିସ ଯାଞ୍ଚ କଲେ ସେତେବେଳେ ବାୟଜୁସ ଆସେଟ୍ ବିକ୍ରି କରି ଲୋନ ଇସ୍ୟୁର ମୁକାବିଲା ନିମନ୍ତେ କାମ କରୁଥିଲେ। ଯେତେବେଳେ କମ୍ପାନୀର ଏକ ୟୁନିଟି ଲୋନ ଗ୍ୟାରେଣ୍ଟର ରୂପେ ଭାରତ ସରକାରଙ୍କ ସମର୍ଥନ ପାଇବାରେ ବିଫଳ ହେବା ପରେ ଲେଣ୍ଡରମାନେ ଗତ ମାର୍ଚ୍ଚ ମାସରେ ଡିଫଲ୍ଟ ନୋଟିସ୍ ଦେଇଥିଲେ।

ମାମଲାରେ ବାୟଜୁସର ତର୍କ ଥିଲା ଯେ ତାଙ୍କ ଦ୍ୱାରା ବାରମ୍ବାର ଡିଫଲ୍ଟ ନେଇ ଲେଣ୍ଡରଙ୍କ ତର୍କ ଭିତ୍ତିହୀନ। ତେବେ କୋର୍ଟ ତାଙ୍କର ୨ ନଭେମ୍ବର ରାୟରେ କହିଛନ୍ତି ଯେ ଋଣ ସର୍ତ୍ତ ଅନୁସାରେ ଯଦି କିଛି ଡିଫଲ୍ଟ ଟ୍ରିଗର ହୁଏ ତେବେ ଲେଣ୍ଡରଙ୍କ ନିକଟରେ ବନ୍ଧକ ରଖାଯାଇଥିବା ବାୟଜୁ ଆଲଫା ସେୟାରକୁ  ନିୟନ୍ତ୍ରଣରେ ନେବାର ଅଧିକାର ରହିଛି।  ଲୋନକୁ ନେଇ ବାୟଜୁସ୍ ବିରୋଧରେ ଲେଣ୍ଡରଙ୍କ ପକ୍ଷରୁ ଟ୍ରଷ୍ଟି ରୂପେ କାମ କରୁଥିବା ଗ୍ଲାସ୍ ଟ୍ରଷ୍ଟ କମ୍ପାନୀ ମୋକଦ୍ଦମା ଦାୟର କରିଥିଲେ। ଲେଣ୍ଡରଙ୍କ ସହିତ ଲଢେଇରେ କେତେକ ନିବେଶକଙ୍କୁ ବାୟଜୁସରେ ସେମାନଙ୍କ ଭାଗିଦାରୀ ହ୍ରାସ କରିବାକୁ ପ୍ରେରିତ କରିଛି।

ଗ୍ଲୋବାଲ ମାକ୍ରୋ​ ଆଉଟଲୁକ୍‌ ରିପୋର୍ଟ ଜାରି କଲା ମୁଡିଜ୍​‌, ଚଳିତ ଆର୍ଥକ ବର୍ଷ ପାଇଁ ୬.୬%ରେ ବଜାୟ ରହିଲା ଅଭିବୃଦ୍ଧି ହାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.