କେତେ ଉପକାରୀ ଲେମନ୍‌ ଗ୍ରାସ୍‌ ? ଅନେକ ରୋଗରୁ ମିଳିଥାଏ ମୁକ୍ତି...

Published By : Prameya-News7 Bureau | December 05, 2023 IST

ନୂଆଦିଲ୍ଲୀ ୦୫।୧୨: ଲେମନ୍‌ ଗ୍ରାସ୍‌ । ସାଧାରଣତଃ ଲେମ୍ବୁ ଘାସ ଭାବେ ଏହା ପରିଚିତ । ଏଥିରେ ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଭିଟାମିନ୍, ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ।ଏହା ଚାପରୁ ମୁକ୍ତି ଦେବା ସହ ଭଲ ନିଦ କରିବାରେ ଲେମନ୍‌ ଗ୍ରାସ୍‌ ଖୁବ୍‌ ପ୍ରଭାବଶାଳୀ ।

{"id":878927,"sizeSlug":"full","linkDestination":"none"}

ଶୋଇବା ପୂର୍ବରୁ ଏହାର ଚା ପିଇପାରିବେ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଲେମନ୍‌ ଗ୍ରାସ୍‌ ଚା ଏକ ଭଲ ବିକଳ୍ପ । ଏହା ମେଟାବୋଲିଜିମରେ ଉନ୍ନତି ଆଣିଥାଏ । ଲେମନ୍‌ ଗ୍ରାସ୍‌ ମିଳୁଥିବା ଗୁଣ ଖରାପ କୋଲେଷ୍ଟ୍ରଲ ସମସ୍ୟାରୁ ମୁକ୍ତି ଦେଇଥାଏ ।

{"id":878928,"sizeSlug":"full","linkDestination":"none"}

ଏହାକୁ ସକାଳେ କିମ୍ବା ରାତିରେ ପିଇପାରିବେ । ଯଦି ପେଟ ଫୁଲିବା ପରି ସମସ୍ଯା ହୋଇଥାଏ, ତେବେ ଏହି ଲେମନ୍‌ ଗ୍ରାସ୍‌ର ଚା ପିଇବା ଦ୍ବାରା ଏଥିରୁ ଆରାମ ମିଳିଥାଏ । ସକାଳେ ଖାଲି ପେଟରେ ଲେମନ୍‌ ଗ୍ରାସ୍‌ର ଚା ପିଇବା ମଧ୍ୟ ଲାଭଦାୟକ ।

{"id":878929,"width":840,"height":681,"sizeSlug":"full","linkDestination":"none"}

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଏହା ସାହାଯ୍ୟକାରୀ । ଲେମନ୍‌ ଗ୍ରାସ୍‌ ହାଇ ବ୍ଲଡ୍‌ ସୁଗରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ।

You Can Read:

wp:embed {"url":"https://www.prameyanews7.com/these-four-things-will-make-you-look-younger-in-40s-and-50s-anti-ageing-weight-loss-benefits/","type":"wp-embed","providerNameSlug":"prameya-news-7"}
https://www.prameyanews7.com/these-four-things-will-make-you-look-younger-in-40s-and-50s-anti-ageing-weight-loss-benefits/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.