ଚନ୍ଦ୍ରଗ୍ରହଣ ରାତିରେ ଲେମ୍ବୁରେ କରନ୍ତୁ ଏହି ସାଧାରଣ ଉପାୟ, ଦୂର ହୋଇଯିବ ସମସ୍ତ ଦୁଃଖ ଓ ଯନ୍ତ୍ରଣା
16/07/2019 at 4:04 PM

ଚନ୍ଦ୍ର ଗ୍ରହଣର ପ୍ରଭାବ ପୃଥିବୀବାସୀଙ୍କ ଉପରେ ନିଶ୍ଚିତ ଥାଏ । ଏଣୁ ଲୋକେ ଚାହିଁଲେ ଏହି ମହାଜାଗତିକ ଘଟଣାର ଲାଭ ନେଇ ପାରିବେ। ଗ୍ରହଣ ବେଳର ସାମାନ୍ୟ ଉପାୟ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ ବୋଲି ପ୍ରଚଳିତ ବିଶ୍ୱାସ ରହିଛି। ସେହି ଅନୁସାରେ ଏଠାରେ ଲେମ୍ବୁର ଏକ ସାଧାରଣ ଉପାୟ ଉଲ୍ଲେଖ କରୁଛୁ। ହୁଏତ ଏହା ଆପଣଙ୍କ ଜୀବନର ସମସ୍ତ ଦୁଃଖ ଓ ଯନ୍ତ୍ରଣା ଦୂର କରିପାରେ । ଜାଣନ୍ତୁ କିପରି କରିବେ ଉପାୟ।

ଭାରତରେ ଗ୍ରହଣ ଜୁଲାଇ ୧୬ ତାରିଖ ରାତି ଗୋଟାଏ ବାଜି ୩୨ ମିନିଟରେ ସ୍ପର୍ଷ କରିବ। ଯାହା ଭୋର ୪ଟା ବାଜି ୩୨ ମିନିଟରେ ସର୍ବ ମୋକ୍ଷ ହେବ। ଦୀର୍ଘ ୩ ଘଣ୍ଟା ଧରି ଲାଗିବାକୁ ଥିବା ଗ୍ରହଣ ବେଳେ ଏହି ଉପାୟ କରାଯିବା ଆବଶ୍ୟକ। ଯଦି ଠିକରେ ଉପାୟ କରାଯାଇ ପାରେ ତେବେ ଆପଣଙ୍କ ଉପରେ ଥିବା ଲୋକଙ୍କ ଖରାପ ଦୃଷ୍ଟି ଦୂର ହେବା ସହ ଆପଣଙ୍କ ବ୍ୟବସାୟ ଅଥବା ଘରପ୍ରତି ଯଦି କେହି ଗୁଣିଟୁଣି କରୁଥାନ୍ତି କି କରିଥାନ୍ତି ତେବେ ତାର ସରଳ ସମାଧାନ ମଧ୍ୟ ହୋଇଯିବ। ଉପାୟ ପାଇଁ ଗୋଟିଏ ଲେମ୍ବୁ ସହ ୪୦ଟି କଳା ବିରି ଓ ୩୮ଟି ଚାଉଳ ନିଅନ୍ତୁ। ତେବେ ଦେଖିବେ ବିରି କି ଚାଉଳ ଯେପରି ଭାଙ୍ଗି ନଥାଏ। କିଛି ସିନ୍ଦୁର ଓ ଗୋଟିଏ ମାଟି ପାତ୍ର ମଧ୍ୟ ପାଖରେ ରଖନ୍ତୁ।

ପ୍ରଥମେ ବିରି ଓ ଚାଉଳକୁ ମିସାଇ ଗୋଟିଏ ପୁଡିଆ କରିଦିଅନ୍ତୁ। ଏହି ପୁଡିଆରେ ଆପଣ ପ୍ରଭାବିତ ବ୍ୟକ୍ତି, ଘର ଅଥବା ଦୋକାନକୁ ଝାଡିବେ। ଏଥିପାଇଁ ପୁଡିଆ ଧରି ଓଲଟା ଦିଗରେ ୨୧ଥର ବୁଲିବେ ଓ ପ୍ରତି ଥର ଯେଉଁଠୁ ବୁଲିବା ଆରମ୍ଭ କରିବେ ସେତେଥର ‘ହଲୁଁ ବଲଜାଦ’ ବୋଲି ଉଚ୍ଚାରଣ କରିବେ। ୨୧ ଥର ବୁଲି ସାରିବା ପରେ ମାଟିପାତ୍ର, ସିନ୍ଦୁର, ଲେମ୍ବୁ ଓ ଆପଣ ଧରି ବୁଲିଥିବା ବିରିଚାଉଳ ପୁଡିଆ ଧରି ଏକ ଶୁନଶାନ ସ୍ଥାନକୁ ଚାଲି ଯାଆନ୍ତୁ। ଅଥବା ଘରଠାରୁ ଦୂରରେ ଥିବା ବରଗଛ ଥିଲେ ସେଠାକୁ ଯାଇ ମାଟି ପାତ୍ରରେ ବିରି ଓ ଚାଉଳ ପୁଡିଆକୁ ଖୋଲି ଦିଅନ୍ତୁ। ଏବେ ଲେମ୍ବୁକୁ ଅଧା କାଟି ସେଥିରେ ସିନ୍ଦୁର ଭରି ବିରି ଓ ଚାଉଳ ଉପରେ ଚିପୁଡି ଦିଅନ୍ତୁ।

ଲେମ୍ବୁ ଚିପୁଡିବା ବେଳେ ଥରଟିଏ ‘ହଲୁଁ ବଲଜାଦ’ ଉଚ୍ଚାରଣ କରି କୁହନ୍ତୁ ହେ ଭଗବାନ ଯଦି ମୋର କେହି ଶତ୍ରୁ ଥାନ୍ତି ସେମାନେ ଦୂର ହୋଇ ଯାଆନ୍ତୁ। ଆମ ଜୀବନରେ ଯାହାବି ଦୁଃଖ ଅଛି ତାହା ଦୂର ହୋଇ ଯାଉ ଓ ଆମେ ସୁଖୀ ରହୁ ବୋଲି ୫ ଥର କହିମାଟି ଖୋଳି ବିରି,ଚାଉଳ ସହ କଟା ଲେମ୍ବୁକୁ ମାଟିପାତ୍ରରେ ରଖି ପୋତି ଦିଅନ୍ତୁ। କାମ ସରିଲେ ସେଠାରୁ ଏକ ମୁହାଁ ହୋଇ ଘରକୁ ଫେରି ଆସନ୍ତୁ। ଗ୍ରହଣ ମୋକ୍ଷ ହେଲେ ଗାଧୋଇପାଧୋଇ ପବିତ୍ର ହୋଇ ଯାଆନ୍ତୁ। ଦେଖିବା ଉପାୟ ପରେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖାଦେବ।