scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ : ବିଶ୍ୱ ଏକାଦଶକୁ ଟକ୍କର ଦେବ ଟିମ୍ ଇଣ୍ଡିଆ, ଗାଙ୍ଗୁଲି ଅଧିନାୟକ

12/08/2022 at 2:27 PM

ନୂଆଦିଲ୍ଲୀ,୧୨/୦୮: ଭାରତ ସ୍ୱାଧିନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଦେଶରେ ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଅବସରରେ ଏକ ବଡ ମ୍ୟାଚ୍ ଆୟୋଜନ କରିବ ବିସିସିଆଇ । ଯେଉଁଥିରେ ଭାରତର ମହାନ ଖେଳାଳିମାନେ ବିଶ୍ୱର ବଡବଡ ଖେଳାଳିଙ୍କ ସହ ମୁକାବିଲା କରିବେ । ତେବେ ଟିମ୍ ଇଣ୍ଡିଆର ନେତୃତ୍ୱ ଆଉ କେହି ନୁହେଁ ବରଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନେବେ ।

ଆଜାଦି କି ଅମୃତୋତ୍ସବ ଅବସରରେ ଆୟୋଜନ ହେବାକୁ ଏହି ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ପଡିଆରେ ଖେଳାଯିବ । ଏହା ଏକ ପ୍ରଦର୍ଶନୀ ମୁକାବିଲା ହେବ । ଯାହା ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍ ଆକାରରେ ଖେଳାଯିବ । ଇଣ୍ଡିଆ ମହାରାଜର ଭାର ସୌରଭ ଗାଙ୍ଗୁଲିଙ୍କ ଉପରେ ରହିବ । ସେହିପରି ଓ୍ୱାର୍ଲଡ୍ ଜାଏଣ୍ଟସର ନେତୃତ୍ୱ ନେବେ ଇଂଲଣ୍ଡର ପୂର୍ବତନ ଅଧିନନାୟକ ଇଆନ ମୋର୍ଗାନ୍ ।

ଭାରତୀୟ ଦଳ

ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହ୍ୱାଗ, ମହମ୍ମଦ କୈଫ, ୟୁସୁଫ ପଠାନ, ଏସ ବଦ୍ରୀନାଥ, ଇରଫାନ ପଠାନ, ପାର୍ଥିବ ପଟେଲ, ଷ୍ଟୁଆର୍ଟ ବିନ୍ନି, ଏସ ଶ୍ରୀସନ୍ଥ, ହରଭଜନ ସିଂ, ନମନ ଓଝା, ଅଶୋକ ଡିଣ୍ଡା, ପ୍ରଜ୍ଞାନ ଓଝା, ଅଜୟ ଜାଡେଜା, ଆରପି ସିଂ, ଯୋଗିନ୍ଦର ଶର୍ମା, ରିତେନ୍ଦ୍ର ସିଂସୋଢି

ଓ୍ୱାର୍ଲଡ୍ ଜାଏଣ୍ଟସ୍

ଇଆନ ମୋର୍ଗାନ, ଲ୍ୟାଣ୍ଡଲ୍ ସିମେନ୍ସ, ହର୍ଷେଲ ଗିବ୍ସ, ଜ୍ୟାକ୍ କାଲିସ, ସନଥ ଜୟସୂରିୟା, ମ୍ୟାଟ୍ ପ୍ରାୟର, ନାଥନ ମ୍ୟାକକୁଲମ, ଜୋଣ୍ଟି ରୋଡସ, ମୁଥୟା ମୁରଲୀଧରନ, ଡେଲ୍ ଷ୍ଟେନ୍, ହେମିଲଟନ୍ ମସାକାଦଜା, ମଶରଫ ମୋର୍ତାଜା, ଅସଗର ଅଫଗାନ୍, ମିଚେଲ୍ ଜନସନ୍, ବ୍ରେଟ୍ ଲି, କେଭିନ୍ ଓ ବ୍ରାଏନ, ଦିନେଶ ରାମଦୀନ

ମ୍ୟାଚକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଯେ, ଭାରତ ସ୍ୱାଧିନତାର ୭୫ତମ ବର୍ଷ ପାଳନ କରୁଛି । ଏହା ଗର୍ବର କଥା । ଏହି ଲିଗକୁ ସେମାନେ ସ୍ୱାଧିନତାର ଅମୃତୋତ୍ସବକୁ ସମର୍ପିତ କରିଛନ୍ତି । ସେହିପରି ଲିଜେଣ୍ଡସ୍ ଲିଗର ସହ ପ୍ରତିଷ୍ଠାତା ରମନ ରହେଜା କହିଛନ୍ତି ଯେ, ଏହି ସ୍ୱତନ୍ତ୍ର ମ୍ୟାଚ୍ ପରେ ଲିଗ୍ ମୁକାବିଲା ଖେଳାଯିବ । ଯାହା ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ । ଯାହା ୨୨ ଦିନ ଧରି ଚାଲିବ । ସବୁ ଖେଳାଳିଙ୍କ ତାଲିକା ଖୁବ୍ ଶୀଘ୍ର ଜାରି କରାଯିବ ବୋଲି ସେ କହିଛନ୍ତି ।  

   Related Posts