ଦିଗ୍ଗଜ ସାଉଥ୍‌ ଅଭିନେତା କେ. ସତ୍ୟନାରାୟଣଙ୍କ ପରଲୋକ, ମୃତ୍ୟୁବେଳକୁ ହୋଇଥିଲା ୮୭ ବର୍ଷ

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଳୀ, ୨୩/୧୨: ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀର ଦିଗ୍ଗଜ ଅଭିନେତା କୈକଲା ସତ୍ୟନାରାୟଣଙ୍କ ପରଲୋକ ହୋଇଛି।  ଡିସେମ୍ବର ୨୩ ରେ ହାଇଦ୍ରାବାଦ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ଦିଗ୍ଗଜ କଳାକାର। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଗତ କିଛି ମାସରୁ ସେ ଅନେକ ସ୍ବାସ୍ଥ୍ୟ ସମସ୍ୟା ପୀଡ଼ିତ ତଲେ। ତେବେ ସତ୍ୟନାରାୟଣଙ୍କ ଦେହାନ୍ତ ପରେ ସିନେମା ଇଣ୍ଡଷ୍ଟ୍ରୀରେ ଶୋକ ଖେଳିଯାଇଛି। ଆସନ୍ତାକାଲି କୈକଲାଙ୍କ ଅନ୍ତିମ ସଂସ୍କାର ହେବ। ତେବେ ସେଲିବ୍ରିଟି ତଥା ତାଙ୍କର ଫ୍ୟାନ୍‌ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

କୈକଲା ସତ୍ୟନାରାୟଣ ତେଲୁଗୁ ସିନେମାର ଜଣେ ପ୍ରଖ୍ୟାତ କଳାକାର ଭାବରେ ଜଣାଶୁଣା। ସେ ୭୫୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ମହେଶ ବାବୁଙ୍କ ଠାରୁ ଆରମ୍ଭ କରି ଏନଟିଆର ଏବଂ ୟଶଙ୍କ ସହ କାମ କରିଛନ୍ତି। କେବଳ ଅଭିନେତା ନୁହେଁ ସେ ଜଣେ ନିର୍ଦେ୍ଦଶକ ଭାବରେ ମଧ୍ୟ ସୁନାମ ଅର୍ଜନ କରିଥିଲେ।

{"id":724449,"width":288,"height":174,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ, କୈକଲା ସତ୍ୟନାରାୟଣ ରାଜନୀତିକ କ୍ଷେତ୍ରରେ ମଧ୍ୟ ଜଡ଼ିତ ଥିଲେ। ସେ ସାଂସଦ ଭାବରେ ଲୋକଙ୍କ ସେବା କରିଛନ୍ତି। ତେଲୁଗୁ ଦେଶମ୍ ପାର୍ଟୀ ସହ ବିଶେଷ ଭାବରେ ଜଡ଼ିତ। ସେ ଟଡିପିର ସଂସ୍ଥାପକ ମଧ୍ୟରୁ ଜଣେ ଥିଲେ। ୧୯୯୬ ରେ ମଚ୍ଛଲୀପଟ୍ଟନମ ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ ଏବଂ ସାଂସଦ ଭାବରେ ଜିତିଥିଲେ। ଏହାପରେ ଆଗାମୀ ନିର୍ବାଚନ ଜିତିବା ପରେ କୈକଲା ସତ୍ୟନାରାୟଣ ରାଜନୀତିରୁ ବିଦାୟ ନେଇଥିଲେ ଏବଂ ଏହା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହିଁ ରହିଥିଲେ। ୧୯୬୦ ରେ ନାଗେସ୍ବରମ୍ମା୍‌କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଏବଂ ଦୁଇ ପୁଅ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.