suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ରିକେଟରୁ କ୍ୟାନସର-ପୁଣି କ୍ରିକେଟ, ଶେଷ ହୋଇଛି ୨୫ ବର୍ଷର ଯାତ୍ରା : କ୍ରିକେଟକୁ ଆଲବିଦା କହିଛନ୍ତି ଦି ଲିଜେଣ୍ଡ ଯୁବରାଜ ସିଂହ

10/06/2019 at 5:37 PM

ଗୋଟିଏ ପଟେ ଅଷ୍ଟ୍ରେଲିଆକୁ ଧୂଳି ଚଟେଇ ବିଶ୍ବକପ ସେମିଫାଇନାଲକୁ ଯିବାର ଝୁଙ୍କ ଆଉ ଅନ୍ୟପଟେ ଦେହରେ କ୍ୟାନ୍‌ସରର କଷ୍ଟ। ହେଲେ ପଛକୁ ହଟି ନ ଥିଲେ । ୨୮ ବର୍ଷ ପରେ ଭାରତ ବିଶ୍ୱ ବିଜେତା ହୋଇଥିଲା । ଆଉ ଏ ସଫଳତାର ମହାନାୟକ ଥିଲେ ଯୁବରାଜ ସିଂ ।  କ୍ରିକେଟରୁ କ୍ୟାନସର, ପୁଣି କ୍ରିକେଟ । ଶେଷ ହୋଇଛି ୨୨ ଗଜରେ ୨୫ ବର୍ଷର ଯାତ୍ରା । ସଂଘର୍ଷ-ସଫଳତାର ଯୁଗ । ଯୁବିଙ୍କ ଯୁଗ । ଆଉ ଗୋଟିଏ ଯୁଗକୁ ପଛରେ ପକାଇ କ୍ରିକେଟକୁ ଆଲବିଦା କହିଛନ୍ତି ଦି ଲିଜେଣ୍ଡ ଯୁବରାଜ ସିଂହ। ଆଉ ଅବସର ଘୋଷଣା କରିବା ସମୟରେ ତାଙ୍କ ଆଖିରୁ ଝରି ଆସିଥିଲା ଲୁହ।

କିଏ ଭୁଲି ପାରିବ । ୨୦୦୨ ଇଂଲଣ୍ଡ ବିପକ୍ଷ ନାଟୱେଷ୍ଟ ସିରିଜର ଫାଇନାଲ । ୩୨୬ର ବଡ଼ ସ୍କୋର ଚେଜ୍ କରିବାକୁ ଜି ଜାନ୍ ଲଗାଇ ଦେଇଥିଲେ ଯୁବରାଜ୍ । ଆଉ ପାଲଟି ଯାଇଥିଲେ ଭାରତୀୟ କ୍ରିକେଟର ୟଙ୍ଗ୍ ସେନସେସନ । ସେବେଠୁ କେବେ ବି ପଛକୁ ଫେରି ଚାହିଁ ନାହାନ୍ତି । କିଏ ବା ଭୁଲିବ ୨୦୦୭ ଟି-ଟ୍ୱେଣ୍ଟି ୱାର୍ଲଡ କପର ଇଂଲଣ୍ଡ ବିପକ୍ଷର ସେହି ମ୍ୟାଚ୍ ।  ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକ୍କା । ୧….୨….୩….୪….୫….୬…. ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ସଫଳତାରେ ଯୁବରାଜ ଥିଲେ ପ୍ରଥମ ।

୩ ଅକ୍ଟୋବର ୨୦୦୦ରେ କେନିୟା ବିପକ୍ଷ ଦିନିକିଆରୁ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ ଯୁବରାଜ । ଦିନିକିଆ ସ୍ପେଶାଲିଷ୍ଟ କୁହାଯାଉଥିବା ଏହି ବାମହାତୀ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ ୩୦୪ ଦିନିକିଆରୁ ୩୬.୫ ଆଭରେଜରେ ୮୭୦୧ ରନ୍ ସଂଗ୍ରହ କରିଛନ୍ତି । ଖାଲି ବ୍ୟାଟିଂ ନୁହେଁ, ଦିନିକିଆରେ ତାଙ୍କ ସ୍ପିନ୍ ବୋଲିଂ କରିସ୍ମା ବି ଦେଖିବାକୁ ମିଳିଛି ଅନେକ ମ୍ୟାଚରେ । ୧୧୧ଟି ୱିକେଟ ରହିଛି ତାଙ୍କ ନାଁରେ ।

ଟି-ଟ୍ୱେଣ୍ଟିରେ ୫୮ଟି ମ୍ୟାଚରୁ ୨୮ ଆଭରେଜ ଓ ୧୩୬.୪ ଷ୍ଟ୍ରାଇକ ରେଟରେ ୧୧୭୭ ରନ୍ ହାସଲ କରିଛନ୍ତି ଯୁବରାଜ । ।  ୪୦ଟି ଟେଷ୍ଟରୁ ୩୩.୯ ଆଭରେଜରେ କରିଛନ୍ତି ୧୯୦୦ ରନ୍ । ଏହା ବାଦ୍ ଯୁବରାଜ ସବୁଠୁ ବେଶୀ ମନେ ପଡ଼ିବେ ତାଙ୍କ ଫିଲ୍ଡିଂ ଦକ୍ଷତା ଲାଗି । କ୍ୟାନସର ସହ ଲଢେଇ ପରେ ପୁଣି ଥରେ ୨୦୧୨ରେ କ୍ରିକେଟ ମଇଦାନକୁ ସେ ଫେରିଥିଲେ । ଶେଷ ଥର ଲାଗି ୨୦୧୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ ତାଙ୍କୁ ସୁଯୋଗ ମିଳିଥିଲା ।

୧୫ ବର୍ଷରୁ କମ୍ ୧୯୯୬ ବିଶ୍ୱକପରେ ସେ ଥିଲେ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ । ୧୯ ବର୍ଷରୁ କମ୍ ୨୦୦୦ ବିଶ୍ୱକପରେ ସେ ଥିଲେ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ । ୨୦୧୧ ବିଶ୍ୱକପରେ ବି ଥିଲେ ସେ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ । ଏହା ସହ ୨୦୦୩ ବିଶ୍ୱକପର ଫାଇନାଲକୁ ଯାଇଥିବା ଟିମ୍ ଇଣ୍ଡିଆର ବି ସେ ଥିଲେ ପ୍ରମୁଖ ସଦସ୍ୟ । ତାହାହିଁ କହିଛି ଯୁବରାଜ କ୍ରିକେଟ ଲିଜେଣ୍ଡ।



   Related Posts