ଅଦାଲତରେ ଅପରାଧୀଙ୍କ ଦଣ୍ଡବିଧାନ ହାର ବଢାଇବା ପାଇଁ ନିଆଗଲା ପଦକ୍ଷେପ: ୧୫ଟି ଜିଲ୍ଲାରେ ପୋଲିସ ପାଇଁ ନିଯୁକ୍ତ ହେଲେ ଲିଗାଲ ଆଡଭାଇଜର
12/01/2019 at 7:26 PM

କଟକ୧୨|୧: ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ଓଡିଶା ଦଣ୍ଡ ବିଧାନ କ୍ଷେତ୍ରରେ ଉନ୍ନତି କରିଛି । ତେବେ ଦଣ୍ଡବିଧାନ ହାରକୁ ଅଧିକ ବଢାଇବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛି ଓଡିଶା ପୋଲିସ । ସବୁ ଜିଲ୍ଲା ପୁଲିସର ଅଧୀନରେ ଜଣେ ଲେଖାଏଁ ଲିଗାଲ୍ ଆଡ୍ଭାଇଜର ନିଯୁକ୍ତି କରାଇଛି । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାରେ ଲିଗାଲ୍ ଆଡ୍ଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି । ଏଥି ସହ ଖାଲି ପଡିଥିବା ସହକାରୀ ଓକିଲ ପଦବୀ ମଧ୍ୟ ପୂରଣ କରାଯାଉଛି ।
ତେବେ ଘଟୁଥିବା ଅପରାଧ ଓ ଏତଲାକୁ ନେଇ କିଭଳି ସଠିକ୍ ତଥ୍ୟ ଅଦାଲତରେ ପ୍ରଦାନ କରାଯାଇପାରିବ ସେନେଇ ଲିଗାଲ୍ ଆଡ୍ଭାଇଜରଙ୍କ ପରାମର୍ଶ ନେବ ଜିଲ୍ଲା ପୁଲିସ । ଏହାଦ୍ବାରା ଅଭିଯୁକ୍ତ ଅଦାଲତରେ ଦଣ୍ଡିତ ହୋଇପାରିବେ ।
ସେପଟେ ବରିଷ୍ଠ ଆଇନଜୀବୀଙ୍କ କହିବା କଥା କେବଳ ଲିଗାଲ୍ ଆଡ୍ଭାଇଜର ଓ ସରକାରୀ ଓକିଲ ନିଯୁକ୍ତି ଦେଇଦେଲେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବ ନାହିଁ। ଅପରାଧ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ବା ଆଇଓ ସଠିକ୍ ରୂପେ ତଦନ୍ତ କରି ଚାର୍ଜସିଟ୍ ଅଦାଲତରେ ଦାଖଲ କରିବା ଦୋଷୀକୁ ଦଣ୍ଡ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ତା ସହ ପୁଲିସ ସଠିକ୍ ସାକ୍ଷୀକୁ ଅଦାଲତରେ ପେଶ୍ କରିବା ଆବଶ୍ୟକ ।ଅଧିକାଂଶ ସମୟରେ ଅପରାଧରେ ସଠିକ୍ ସାକ୍ଷୀ ପୁଲିସ କୋର୍ଟ ସମ୍ମୁଖରେ ଠିଆ କରେଇ ପାରୁନଥିବାରୁ ବହୁ ଅଭିଯୁକ୍ତମାନେ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି।