ସୋର, ୧୫।୦୭: ବିଭନ୍ନ ସାମଗ୍ରୀର ଦର ଦାମ ବୃଦ୍ଧିକୁ ନେଇ ରାଜ୍ୟର ୪ ଟି ବାମ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ସୋର ବାମ ଦଳ ପକ୍ଷରୁ ଉତ୍ତରେଶ୍ବର ନିକଟରେ ୧୬ ନଂ ଜାତୀୟ ରାଜପଥରେ ରାସ୍ତା ଅବରୋଧ କରାଯାଇଛି ।
ଦଳୀୟ କର୍ମୀ ପ୍ରତିବାଦ କରିବା ସହ ସୋର ଅଞ୍ଚଳରେ ରହିଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ରେ ପହଞ୍ଚି ପିକେଟିଂ କରି ଅଫିସ୍ ବନ୍ଦ କରିଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଦଳିୟ କର୍ମୀ ମାନେ ପିକଟିଂ କରି ଦୋକାନ ବଜାର ମଧ୍ୟ ବନ୍ଦ କରିଛନ୍ତି ।