Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅଯୋଧ୍ୟାରେ ଉଦ୍ଧବ: କହିଲେ- ବିଜେପି ଛାଡିଛି, ହିନ୍ଦୁତ୍ଵ ଛାଡିନି

7/03/2020 at 3:08 PM

ଅଯୋଧ୍ୟା ୦୭।୦୩- ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାର ୧୦୦ ଦିନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ପହଞ୍ଚିଛନ୍ତି। ଏହି ସମୟରେ ସେ ହିନ୍ଦୁତ୍ଵକୁ ନେଇ ବିଜେପି ଉପରେ ନିଶାଣ କରି କହିଛନ୍ତି ଯେ, ମୁଁ ବିଜେପିଠୁ ଅଲଗା ହୋଇଛି, କିନ୍ତୁ ହିନ୍ଦୁତ୍ଵରୁ ନୁହଁ। ବିଜେପିର ଅର୍ଥ ହିନ୍ଦୁତ୍ଵ ନୁହଁ। ହିନ୍ଦୁତ୍ଵ ଅଲଗା ଏବଂ ବିଜେପି ଅଲଗା ଅଟେ। ରାମ ମନ୍ଦିର ପାଇଁ ଏକ କୋଟି ଟଙ୍କା ଦାନ କରି ଉଦ୍ଧବ ସ୍ପଷ୍ଟ କରିଛନ୍ତି ଯେ, ଶିବସେନା ନିଜର ବିଚାରଧାରାକୁ ନେଇ ନିଜର ଆଭିମୁଖ୍ୟରେ କାଏମ ରହିଛି। ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ, ରାମଲଲାଙ୍କ ମନ୍ଦିର ନିର୍ମାଣ ହେବା ସମସ୍ତଙ୍କର ଦାୟିତ୍ଵ। ମନ୍ଦିର ଏମିତି ଭବ୍ୟ ହେବା ଉଚିତ୍ ଯେମିତି ଦୁନିଆ ଚାହିଁ ରହିଥିବ।

ମହାରାଷ୍ଟ୍ରରେ ମେଣ୍ଟ ସରକାର ୧୦୦ ଦିନ ପୂର୍ତ୍ତି ଅବସରରେ ମୁମ୍ବାଇରୁ ପରିବାର ସହିତ ଅଯୋଧ୍ୟା ପହଞ୍ଚିଥିବା ଉଦ୍ଧବ ଠାକରେ କହିଛନ୍ତି, ମୁଁ ଏଠାକୁ ରାମଲଲାଙ୍କ ଆଶୀର୍ବାଦ ନେବାକୁ ଆସିଛି। ଆଜି ଏଠାରେ ମୋ ସହିତ ଗେରୁଆ ପରିବାରର ଅନେକ ସଦସ୍ୟ ଅଛନ୍ତି। ଗତ ଦେଢ ବର୍ଷ ସମୟରେ ଅଯୋଧ୍ୟାକୁ ଏହା ମୋର ତୃତୀୟ ଗସ୍ତ। ମୁଁ ଏଠାରେ ଆଜି ଦର୍ଶନ ସହିତ ପୂଜା ମଧ୍ୟ କରିବି। ମୁଁ ରାମ ମନ୍ଦିର ପାଇଁ ଏକ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରୁଛି। ଏହି ଦାନ ରାଜ୍ୟ ସରକାରଙ୍କ ପକ୍ଷରୁ ନୁହଁ  ବରଂ ମୋ ଟ୍ରଷ୍ଟରୁ ହିଁ ଦିଆଯିବ।

ଉଦ୍ଧବ ଠାକରେ ନଭେମ୍ବର ୨୮ରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହିତ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ  ହେବା ପରେ ସେ ପ୍ରଥମ ଥର ଆଜି ଅଯୋଧ୍ୟା ପହଞ୍ଚିଛନ୍ତି। ଏକ ସ୍ଵତନ୍ତ୍ର ବିମାନରେ ପରିବାର ସହିତ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚି ଠାକରେ ସଡକ ମାର୍ଗରେ ଅଯୋଧ୍ୟା ପହଞ୍ଚିଛନ୍ତି। ରାମ ଲଲାଙ୍କ ଦର୍ଶନ ପରେ  ଠାକରେ ସପରିବାର ସହିତ ମୁମ୍ବାଇ ଫେରିଯିବେ। ଅଯୋଧ୍ୟାରେ ଉଦ୍ଧବଙ୍କ ସରୟୁ ଆରତୀରେ ସାମିଲ ହେବା ଏବଂ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା।  ମାତ୍ର କରୋନା ଭୂତାଣୁକୁ ନେଇ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ଆଡଭାଇଜରି ପରେ ସେ  ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି।

ଉଦ୍ଧବ କହିଛନ୍ତି ଯେ, ମୁଁ ବାରମ୍ବାର ଅଯୋଧ୍ୟା ଯିବି। ଏହା ସହିତ ମୁଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅପିଲ କରୁଛି ଯେ, ରାଜ୍ୟରେ ଜମି ଯୋଗାଇ ଦିଆଯାଉ, ଯେଉଁଠି ମହାରାଷ୍ଟ୍ରରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ରହିବାର ବ୍ୟବସ୍ଥା ହୋଇ ପାରିବ। ଏଠାରେ ମହାରାଷ୍ଟ୍ର ଭବନ ନିର୍ମାଣ କରାଯାଉ।

   Related Posts