‘କାଲି’ ପୋଷ୍ଟର ବିବାଦ ନ ଥମୁଣୁ  ଚିଳଚିତ୍ର ନିର୍ମାତ୍ରୀ ଟ୍ୱିଟ୍‌ କଲେ ପୁଣି ଏକ ବିବାଦୀୟ ଛବି

Published By : Prameya-News7 Bureau | July 07, 2022 IST

କୋଲକାତା ୭।୭: ଚଳଚିତ୍ର ନିର୍ମାତ୍ରୀ ଲିନା ମଣିମେକଲାଇଙ୍କ ଡକ୍ୟୁମେଣ୍ଟ୍ରି ଫିଲ୍ମ ‘କାଲି’ର ପୋଷ୍ଟରକୁ ନେଇ ବିବାଦ ଏଯାଏଁ ଥମି ନଥିବା ବେଳେ ସେ ପୁଣି ଏକ ନୂଆ ଟ୍ୱିଟ୍ କରିଛନ୍ତି। ତାଙ୍କର ଏହି ନୂଆ ଟ୍ୱିଟ୍‌କୁ ନେଇ ମଧ୍ୟ ସାନି ବିବାଦ ଦେଖାଦେଇଛି। ଟ୍ୱିଟ୍‌ରେ ଲିନା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସେ କରିଥିବା ପୋଷ୍ଟକୁ ନେଇ କେତେକ ରାଜ୍ୟରେ ପୋଲିସ ଏଫଆଇଆର ହୋଇଛି।

wp:embed {"url":"https://twitter.com/NupurSharma_/status/1544891710055931907","type":"rich","providerNameSlug":"twitter","responsive":true}
https://twitter.com/NupurSharma_/status/1544891710055931907
/wp:embed

ଲିନା ମଣିମେକଲାଇ ଗୁରୁବାର ସକାଳେ ଏକ ଆପତ୍ତିଜନକ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ କରିଥିବା ଛବିରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଦୁଇ କଳାକାରଙ୍କୁ ଦେଖାଯାଇଛି। ସେମାନେ ଶିବ ପାର୍ବତୀଙ୍କ ବେଶରେ ଧୂମପାନ କରୁଥିବାର ଏହି ଫଟୋ ପୋଷ୍ଟ ହେବା ପରେ ପରେ ଭାଇରାଲ ହୋଇଯାଇଛି। ଏହାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଲିନାଙ୍କ ଟ୍ୱିଟ୍‌କୁ ନେଇ ନୂଆ ବିବାଦ ଉପୁଜିଛି।

wp:embed {"url":"https://twitter.com/Shehzad_Ind/status/1544878036222296064","type":"rich","providerNameSlug":"twitter","responsive":true}
https://twitter.com/Shehzad_Ind/status/1544878036222296064
/wp:embed

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶହଜାଦ ପୁନାୱାଲା ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ଟ୍ୱିଟ୍‌ କରି ରଚନାତ୍ମକ ଅଭିବ୍ୟକ୍ତି ଲାଗି ନୁହେଁ ଏହା ଜାଣିଶୁଣି ଉସକାଇବା ଲାଗି କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ହିନ୍ଦୁଙ୍କୁ ଗାଳିଦେବା –ଧର୍ମନିରପେକ୍ଷତା, ହିନ୍ଦୁ ଆସ୍ଥାର ଅପମାନ-ଉଦାରବାଦ? ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଲିନାଙ୍କ ଉତ୍ସାହ ଏଥିପାଇଁ ବଢି ରହିଛି କାରଣ ସେ ଜାଣନ୍ତି ବାମପନ୍ଥୀ, କଂଗ୍ରେସ, ଟିଏମସି ତାଙ୍କୁ ସମର୍ଥନ କରୁଛନ୍ତି। ଏଥିରେ ଟିଏମସି ଏପର୍ଯ୍ୟନ୍ତ ମହୂଆ ମଇତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିନଥିବାର ସେ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/Shehzad_Ind/status/1544720080725913600","type":"rich","providerNameSlug":"twitter","responsive":true}
https://twitter.com/Shehzad_Ind/status/1544720080725913600
/wp:embed

ଉଲ୍ଲେଖଯୋଗ୍ୟ ଯେ ଲିନାଙ୍କ ଡକ୍ୟୁମେଣ୍ଟ୍ରି ଫିଲ୍ମ ‘କାଲି’କର ପୋଷ୍ଟରକୁ ନେଇ ବିବାଦ ଉପୁଜିଥିଲା। ଏହି ପୋଷ୍ଟରରେ ମା କାଳିଙ୍କୁ ଧୂମପାନ କରୁଥିବା ଦେଖାଯାଇଥିଲା। ଏହା ଛଡା ତାଙ୍କର ଗୋଟିଏ ହାତରେ ଏଲଜିବିଟି ସମୂଦାୟଙ୍କ ଇନ୍ଦ୍ରଧନୁରଙ୍ଗର ପତାକା ଥିବାର ମଧ୍ୟ ଦେଖାଯାଇଥିଲା।  ଏହିଫିଲ୍ମକୁ ଲିନା ମଣିମେକଲାଇ ନିର୍ମାଣ କରିଛନ୍ତି। ପୋଷ୍ଟକୁ ନେଇ ବିବାଦ ବଢ଼ିବା ପରେ ଟ୍ୱିଟର ମଣିମେକଲାଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ପୋଷ୍ଟକୁ ହଟାଇ ଦେଇଛି। ଯେଉଁଥିରେ କାଲି ପୋଷ୍ଟର ପୋଷ୍ଟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.