୨ ଦିନ ପରେ ଅଧ୍ୟାପକଙ୍କ ଶବ ବୈତରଣୀନଦୀରୁ ଉଦ୍ଧାର: ଆତ୍ମହତ୍ୟା ସଂନ୍ଦେହ

Published By : Prameya-News7 Bureau | November 25, 2018 IST

ବାଲେଶ୍ବର ୨୫/୧୧: ଚାନ୍ଦବାଲି ମହାବିଦ୍ୟାଳୟର  ଅଧ୍ୟାପକ ଧରଣୀଧର ସାହୁଙ୍କ ମୃତ ଶରୀର ଚାନ୍ଦବାଲି ବୈତରଣୀ ନଦୀରୁ ଉଦ୍ଧାର କରାଯାଇଛି । ମୃତ ଅଧ୍ୟାପକ ୨ ଦିନ ହେବ ଘରୁ ନିଖୋଜ ଥିଲେ । ଚାନ୍ଦବାଲି ନଦୀରେ ଏକ ଶବ ଭାସୁଥିବାରୁ ସ୍ଥାନୀୟବାସୀ ଥାନାକୁ ଖବର ଦେଇଥିଲେ । ପୋଲିସ ନଦୀରୁ ଶବ ଉଦ୍ଧାର କରିବା ପରେ ଜଣାପଡ଼ିଥିଲା ମୃତ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଧରଣୀଧର ସାହୁ । ଏଥିନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ରିପୋର୍ଟ ପାଇଁ ପଠାଇଛି । ସୂଚନାଯୋଗ୍ୟ ମୃତ ଅଧ୍ୟାପକ କିଛି ବର୍ଷ ହେବ ତାଙ୍କର ମସ୍ତିଷ୍କ ଖରାପ ହୋଇଯିବାରୁ  ମହାବିଦ୍ୟାଳକୁ ଯାଉନଥିଲେ । ଏଣୁ ସେ ନଦୀକୁ ଡ଼େଇଁ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.