ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଆଇଆଇଟି ମାଦ୍ରାସରେ ଚାଞ୍ଚଲ୍ୟ, ମିଳିଲା ଅଧ୍ୟାପକଙ୍କ ଜଳନ୍ତା ମୃତଦେହ

2/07/2021 at 5:05 PM

ଚେନ୍ନାଇ ୦୨।୦୭: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଆଇଆଇଟି) ମାଦ୍ରାସରେ ଚାଞ୍ଚଲ୍ୟ। ଗୁରୁବାର କ୍ୟାମ୍ପସରୁ ଜଣେ ଅତିଥି ଅଧ୍ୟାପକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି। ଇନଷ୍ଟିଚ୍ୟୁଟର କ୍ରୀଡା ଅଧିକାରୀ ସ୍ଥାନୀୟ ପୋଲିସକୁ ଏହି ବିଷୟରେ ସୂଚନା ଦେଇଛନ୍ତି। ଅଧ୍ୟାପକଙ୍କ ଜଳନ୍ତା ମୃତ ଶରୀର ହକି ଗ୍ରାଉଣ୍ଡ ନିକଟରୁ ମିଳିଥିଲା। ମୃତକଙ୍କ ନାମ ଉନ୍ନିକୃଷ୍ଣନ୍ନ ନାୟର(୩୦)। ସେ ମୂଳତଃ କେରଳର ବାସିନ୍ଦା। ୨୦୨୧ ଏପ୍ରିଲରେ ସେ  ବି.ଟେକ୍‌ ପଢା ପୂରଣ କରିଥିଲେ। ଏହା ପରେ ଆଇଆଇଟି ମାଦ୍ରାସରେ ପ୍ରୋଜେକ୍ଟ ଆସୋସିଏଟ ଓ ଅତିଥି ଅଧ୍ୟାପକ ଭାବେ ଯୋଗ ଦେଇଥିଲେ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଉନ୍ନିକୃଷ୍ଣନ ଗୁରୁବାର ସକାଳେ କେରଳରୁ ଫେରିଥିଲେ। ଗୁରୁବାର ସନ୍ଧ୍ୟା ପ୍ରାୟ ଆଠଟାରେ କିଛି ଛାତ୍ର ଅଭ୍ୟାସ୍ ପାଇଁ ହକି ପଡିଆକୁ ପହଞ୍ଚିଥିଲେ। ସେମାନେ ଉନ୍ନିକୃଷ୍ଣନଙ୍କ ଅଧପୋଡା ମୃତ ଶରୀର ଦେଖିବାକୁ ପାଇଥିଲେ। ସୂଚନା ମିଳିବା ମାତ୍ରେ କୋଟ୍ଟାପୁରମ ପୋଲିସ ମୃତଶରୀର ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ରୋୟାପେଟା ସରକାରୀ ହସ୍ପିଟାଲ ପଠାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଅନୁଯାୟୀ, ମୃତ ଶରୀର ନିକଟରୁ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।

ମୃତକଙ୍କ ବାପା ଇସ୍ରୋର କର୍ମଚାରୀ। ଉନ୍ନିକୃଷ୍ଣନ ଚେନ୍ନାଇର ବେଲାଚେରୀରେ ଦୁଇ ସାଙ୍ଗଙ୍କ ସହ ରହୁଥିଲେ। ପୋଲିସ ଅନୁଯାୟୀ ତାଙ୍କ ରୁମରୁ ଏକ ବହିରୁ ୧୧ ପୃଷ୍ଠାର ସୁଇସାଇଡ୍ ନୋଟ୍ ଜବତ ହୋଇଛି। ପୋଲିସ ମାମଲାର ତଦନ୍ତରେ ଜୁଟି ଯାଇଛି। ଆଇଆଇଟି ମାଦ୍ରାସ ପକ୍ଷରୁ ଉନ୍ନିକୃଷ୍ଣନଙ୍କ ମୃତ୍ୟୁରେ ଶୋକ ପ୍ରକଟ୍ କରାଯାଇଛି।  

   Related Posts