ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଟ୍ୟୁସନ୍ ଡାକି ଅଧ୍ୟାପକଙ୍କ ପାପ କାମ, ଭିଡିଓ ଭାଇରାଲ୍ ହେବା ପରେ ବାନ୍ଧିଲା ପୋଲିସ୍

26/06/2021 at 5:49 PM

ବାଲେଶ୍ଵର ୨୬।୦୬: ଟ୍ୟୁସନ ନାମରେ କାମୁକ ଅଧ୍ୟାପକଙ୍କ ପାପ କାମ। ଭିଡିଓ ଭାଇରାଲ୍ ହେବା ପରେ ଶେଷରେ ପୋଲିସ ପଞ୍ଝାରେ ପଡିଲେ। କେବଳ ଏତିକି ନୁହେଁ କଲେଜ୍‌ରୁ ମଧ୍ୟ ତଡା ଖାଇଲେ। ଏବେ ରସିକିଆ ଅଧ୍ୟାପକଙ୍କୁ ଜେଲ୍ ଯିବାକୁ ପଡିଛି। ଏହି ଘଟଣା ଆସିଛି ବାଲେଶ୍ଵର ଜିଲ୍ଲାରୁ।

ଛାତ୍ରୀଙ୍କୁ ଟ୍ୟୁସନ ପାଇଁ ଘରକୁ ଡାକି ଅସଦାଚରଣ କରିଥିଲେ ଅଧ୍ୟାପକ । ଆଉ ତାହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ଅଧ୍ୟାପକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ନିଜ ଘରେ ଅସଦାଚରଣ କରିଛନ୍ତି।  ଛାତ୍ରୀଜଣଙ୍କ ବାଲେଶ୍ଵର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଅଧ୍ୟାପକକୁ ଗିରଫ କରିଛି ।

ଏହି ଘଟଣା ଗତ ଏପ୍ରିଲ ମାସରେ ଘଟିଥିଲା । କଲେଜ୍ କର୍ତ୍ତୃପକ୍ଷଙ୍କ କାନକୁ କଥା ଯିବା ପରେ ଅଧ୍ୟାପକକୁ କଲେଜରୁ ବାହାର କରି ଦିଆଯାଇଥିଲା । ହେଲେ ଭିଡିଓ ଭାଇରାଲ ହେବା ପରେ ହିଁ ମାମଲା ଥାନାକୁ ଆସିଲା। ଛାତ୍ରୀଙ୍କ ବୟସ ଅଠର ବର୍ଷ ହୋଇ ନଥିବାରୁ ପସ୍କୋ ଆକ୍ଟରେ ମାମଲା ହୋଇଛି । ତେବେ ସେହି କଲେଜର ଅନ୍ୟ ଛାତ୍ରୀମାନେ ମଧ୍ୟ ସମାନ ଅଭିଯୋଗ କରୁଛି । ପ୍ରାକ୍ଟିକାଲ ମାର୍କ ଓ ପରୀକ୍ଷାରେ ସାହାଯ୍ୟ କରିବା ବାହାନା କରି ଏମିତି ଫାଇଦା ଉଠାଉଥିଲେ ଅଧ୍ୟାପକ । 

   Related Posts