ଇନ୍ଧନର ଘୋର ଅଭାବ, ଠପ୍ ପଡିଲା ଦେଶର ଦୁଇ ମୁଖ୍ୟ ପାଓ୍ଵାର ଷ୍ଟେସନ, ଅନ୍ଧାରରେ ଡୁବିଲା ଲେବାନନ

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ ୦୯।୧୦: ତୈଳର ଘୋର ଅଭାବରେ ଠପ୍ ପଡିଲା ଦେଶର ଦୁଇ ମୁଖ୍ୟ ପାଓ୍ଵାର ଷ୍ଟେସନ। ଆଉ ଲେବାନନର ଇଲେକ୍ଟ୍ରିକ୍ ସିଟି ଗ୍ରୀଡ ସଂପୂର୍ଣ୍ଣ ଭାବେ ସଟ୍‌ ଡାଉନ୍‌ ହୋଇଗଲା। ଫଳରେ ଲେବାନନରେ ଘୋର ଅନ୍ଧକାର ଛାଇ ଯାଇଛି। ଡିଜେଲ୍ ଯୋଗାଣ ଅଭାବ କାରଣରୁ ଦେଶର ଅଲ ଜାହାରିନ ଏବଂ ଡେଇର ଅମାର ଷ୍ଟେସନ କାମ କରିବା ବନ୍ଦ କରି ଦେଇଛି। ପ୍ରଭାବରେ ୨୦୦ ମେଗାଓ୍ଵାଟ ପର୍ଯ୍ୟନ୍ତ ବିଜୁଳି ଶକ୍ତି ହ୍ରାସ ପାଇଛି।

ଗତ କିଛି ଦିନ ହେବ ଦେଶରେ ଏମିତି ସ୍ଥିତି ଉପୁଜିଛି। ରୟଟର୍ସ ନ୍ୟୁଜ୍ ଏଜେନ୍ସି ଅଧିକାରୀଙ୍କ ସୂତ୍ରରୁ ଏହାର ସୂଚନା ଦେଇଛି। ଲେବାନନ ପାଓ୍ଵାର ନେଟଓ୍ଵର୍କ ଶନିବାର ଅପରାହ୍ନରୁ ସଂପୂର୍ଣ୍ଣ ଠପ୍ ହୋଇ ଯାଇଛି। ଆସନ୍ତା ସୋମବାର କିମ୍ବା ଆଗାମୀ ଆଉ କିଛି ଦିନ ପରେ ଯାଇ ପ୍ଲାଣ୍ଟ କାମ କରିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ଇନ୍ଧନ ଅଭାବ କାରଣରୁ ଶୁକ୍ରବାର ଡେଇର ଅମାର ପ୍ଲାଣ୍ଟ ବନ୍ଦ ହେବାର ଗୋଟିଏ ଦିନ ପରେ ଜାହାରିନ ଥର୍ମୋଇଲେକ୍ଟ୍ରିକ୍ ପାଓ୍ଵାର ଷ୍ଟେସନ ବନ୍ଦ ହୋଇଛି। ରାଜ୍ୟ ଇଲେକ୍ଟ୍ରିକ କମ୍ପାନୀ ଆର୍ମି ଦ୍ଵାରା ସଂରକ୍ଷିତ ତୈଳ ବ୍ୟବହାର କରି ପାଓ୍ଵାର ପ୍ଲାଣ୍ଟକୁ ସାମୟିକ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଏପରି ସର୍ବଦା ହୋଇ ପାରିବ ନାହିଁ ବୋଲି ଅଧିକାରୀ କହିଛନ୍ତି।

ଲେବାନନ ସଂପ୍ରତି ଇନ୍ଧନର ଘୋର ଅଭାବ ଦେଇ ଗତି କରୁଛି, ଯେଉଁଥିରେ ଅନେକ ବ୍ୟବସାୟୀଙ୍କୁ ନିଜର ବ୍ୟବସାୟ ବନ୍ଦ କରିବାକୁ ପଡିଛି। ଲୋକଙ୍କୁ କଳା ବଜାରୀ କରିବାକୁ ଛାଡି ଦିଆଯାଇଛି। ଲୋକଙ୍କୁ ନିଜ ଗାଡିରେ ତେଲ ଭର୍ତ୍ତି ପାଇଁ ମାଇଲ ମାଇଲ୍  ବାଟ ଧାଡିରେ ଛିଡା ହେବାକୁ ପଡୁଛି। ସ୍ଥିତି ଏମିତି ଯେ, କେତେବେଳେ ହିଂସା ହୋଇଯିବ କହିବା ମୁସ୍କିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.