ଜାତୀୟ ପତାକା ଉଡାଇବାରେ ଲେବାନନ ରାଜଧାନୀ ବେରୁଟର ନୂଆ କିର୍ତିମାନ, ଗିନିଜ୍ ବୁକରେ ହେଲା ରେକର୍ଡ

Published By : Prameya-News7 Bureau | April 29, 2019 IST

ବେରୁଟ ୨୯।୪: ଲେବାନନର ରାଜଧାନୀ ବେରୁଟ ନୂଆ କିର୍ତିମାନ ସ୍ଥାପନ କରିଛି । ୨୪ ଘଣ୍ଟାରେ ସହରର ବିଭିନ୍ନ ସ୍ଥାନରେ ୨୬ ହଜାର ୮୫୨ଟି ଜାତୀୟ ପତାକା ଉତ୍ତୋଳନ କରି ଗିନିଜ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି । ଏହା ପୂର୍ବରୁ ଏହି ରେକର୍ଡ ନ୍ୟୁୟର୍କର ଓ୍ବଟର୍ଲୁ ନାମରେ ଥିଲା। ଗୋଟିଏ ଦିନରେ ଓ୍ବାଟର୍ଲୁରେ ୨୫ ହଜାର ୫୯୯ଟି ଜାତୀୟ ପତାକା ଉତ୍ତୋଳିତ ହୋଇଥିଲା।

{"id":108865}

ବେରୁଟ ଆଲାଇଭ ଆସୋସିଏସନ ପକ୍ଷରୁ ରାଜଧାନୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୋଟିଏ ଦିନରେ ୨୬ ହଜାରରୁ ଊର୍ଦ୍ଧ୍ବ ଲେବାନୀୟ ଜାତୀୟ  ପତାକା ଉଡାଯାଇଛି । ଏହି କାର୍ଯ୍ୟକ୍ରମରେ ଗିନିଜ ବୁକ୍ ଅଫ ଓ୍ବାର୍ଲଡ ରେକର୍ଡସର ଆର୍ବିଟେଟର ଅହମ୍ମଦ ଜାଭେର ମଧ୍ୟ ଉପସ୍ଥିତଥିଲେ।  ରେକର୍ଡ ସୃଷ୍ଟି ପାଇଁ ମାର୍ଗଦର୍ଶନ ପାଳନ ହୋଇଛି କି ନା ଜାଭେର ଅନୁଧ୍ୟାନ କରିଥିବା ବେଳେ ୨୬ ହଜାର ୮୫୨ଟି ଜାତୀୟ ପତାକା ଉଡାଯାଇଥିବା ସେ ରେକର୍ଡ କରିଛନ୍ତି । ଯାହାକି ମନକୁ ମନ ଏକ ରେକର୍ଡ ବୋଲି କହିଛନ୍ତି ଜାଭେର। ଏ ଦିଗରେ ଆଲାଇଭ ଆସୋସିଏନର ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.