ନୂଆଦିଲ୍ଲୀ ୧୧/୧୨: ଫେରୁଛି ଶାନ୍ତି, ଫେରୁଛନ୍ତି ଲୋକେ । ବନ୍ଦୀ ଜୀବନରୁ ବି ମିଳିଛି ମୁକ୍ତି । ଅସଦ ଶାସନ ଅନ୍ତ ପରେ ବିପନ୍ନଙ୍କ ଘରବାହୁଡା । ବଖାଣୁଛନ୍ତି ତାନାଶାହ ସରକାରର ନିଷ୍ଠୁରତା । କାରଣ ଅସଦ ସରକାରରେ ଜେଲ୍କୁ କୁହାଯାଏ ସ୍ଲଟର ହାଉସ୍ । ଯେଉଁଠି ସ୍ୱର ଉତ୍ତୋଳନ କଲେ ମିଳୁଥିଲା କଠୋର ଯନ୍ତ୍ରଣା । ବେଳେବେଳେ ମୃତ୍ୟୁ ଦଣ୍ଡ ବି ମିଳୁଥିଲା । ଉତ୍ତର ଲେବାନେନର ଚେକ୍କା ସହରର ସୁହେଲ ହାମଭି ଦୀର୍ଘଦିନ ପରେ ଫେରିଛନ୍ତି ଘରକୁ । ୩୩ ବର୍ଷ ପରେ ଘରକୁ ବାହୁଡିଛନ୍ତି ୬୧ ବର୍ଷୀୟ ହାମଓ୍ୱି । ଆଉ କହିଛନ୍ତି ଆଜି ମୁଁ ମୁକ୍ତ ଆତାଶ ତଳେ ନେଉଛି ନିଶ୍ୱାସ ।
ହାମୱିଙ୍କ ମୁକ୍ତି ପରେ ଶହ ଶହ ଲେବାନୀୟ ପରିବାରଙ୍କ ମନରେ ସୃଷ୍ଟି ହୋଇଛି ଆଶାର ସଞ୍ଚାର । ଅନାଇ ରହିଛନ୍ତି କେବେ ଫେରିବେ ସେମାନଙ୍କ ସଂପର୍କୀୟ । ଯେଉଁମାନେ ସିରିଆ ଜେଲରେ ଅଛନ୍ତି କଏଦ । ୧୯୭୫-୧୯୯୦ ଗୃହଯୁଦ୍ଧ ଆରମ୍ଭ ହେବାର କିଛି ସମୟ ପରେ ଲେବାନନକୁ କବଜା କରିଥିଲେ ସିରିଆ ସୈନ୍ୟ । ଖାଲି ସେହି ସ୍ଥାନ ନୁହେଁ, ଗାୟଏ ହୋଇଯାଇଥିଲେ ଅନେକ ଲୋକ । ଗୋଟିଏ ଜେଲରୁ ଅନ୍ୟ କାରାଗାରକୁ ହୋଇଥିଲେ ସ୍ଥାନାନ୍ତର । ମାନବାଧିକାର ସଂଗଠନ ଦାବି କରେ କି, ଅସଦଙ୍କ ପିତାଙ୍କ ଶାସନ ବେଳେ ଲେବାନନ୍ରେ ସୃଷ୍ଟି ହୋଇଥିଲା ଗୃହଯୁଦ୍ଧ । ସେବେ ଗିରଫ ହୋଇଥିଲେ ହଜାର ହଜାର ସିରିଆବାସୀ ।
ହାମୱିଙ୍କ କହିବା କଥା ଜେଲ୍ରେ ବନ୍ଦୀ ଜୀବନ ଥିଲା ବେଶ କଷ୍ଟକର । ତଥାପି ପତ୍ନୀ ଓ ମୋ ପୁଅର ସାହସ ବଢାଇଥିଲା ମନୋବଳ ।୩୩ ବର୍ଷ ପୂର୍ବେ ହାମୱିଙ୍କ ଘରେ ହଠାତ ପଶିଥିଲେ ସିରିଆ ସେନା । କିଛି ସମୟ ଆଲୋଚନା କରିଥିଲେ । ଆଉ ପରେ ଗାୟବ ହୋଇଯାଇଥିଲେ ହାମୱି । ଖୋଜି ଖୋଜି ବିତିଯାଇଥିଲା ବର୍ଷ ବର୍ଷ । ଶେଷରେ ବିଶ୍ୱାସର ହୋଇଥିଲା ବିଜୟ, ସ୍ୱାମୀଙ୍କୁ ଖୋଜିବାରେ ସଫଳ ହୋଇଥିଲେ ପତ୍ନୀ । ଖାଲି ହାମୱିଙ୍କ ଯାଆଁଳା ଭାଇ ନିକୋଲାସ୍ କହିଛନ୍ତି, ଆଜି ଆମର ହୋଇଛି ପୁର୍ନଜନ୍ମ । ଆହୁରି ବି ମୋ ଭାଇ କୌଣସି ହିରୋଠୁ କମ୍ ନୁହେଁ ।
ଲେବାନରର ପୂର୍ବତନ ପ୍ରଧାନମନ୍ତ୍ରୀ ରଫିକଙ୍କ ହତ୍ୟା ପରେ ସିରିଆ ଉପରେ ପଡିଥିଲା ଅନ୍ତର୍ଜାତୀୟ ଚାପ । ୨୦୦୫ରେ ସୈନ୍ୟ ପ୍ରତ୍ୟାହାର କରିନେଇଥିଲା ସିରିଆ । ଏହା ପୂର୍ବରୁ ୩ ଦଶନ୍ଧି ଧରି ଲେବାନନର ସାମରିକ ଓ ରାଜନୈତିକ ଶକ୍ତି ଥିଲା ସିରିଆ । ଏବେ ସିରିଆରେ ସତ୍ତା ପଲଟିବାରେ ପରେ କିଛି ଜଣଙ୍କୁ ମିଳିଛି ନୂଆ ଜୀବନ ।