ଭୁବନେଶ୍ୱର, ୧୪|୦୧: ଆସନ୍ତା ୧୫ ତାରିଖ ଅର୍ଥାତ ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।
ଏହି ଦିନରେ ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।
{"id":210653,"sizeSlug":"large"}ମକର ସଂକ୍ରନ୍ତିକୁ ଓଡ଼ିଶାରେ ଧୁମ୍ଧାମ୍ରେ ପାଳନ କରାଯାଏ । ଏହି ଦିନ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇଥାଏ । ଏହି ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ । ଏଥିପାଇଁ ସୂର୍ଯ୍ୟଙ୍କ ତାପମାତ୍ରା ବୃଦ୍ଧି ପାଏ । ମକର ସଂକ୍ରାନ୍ତିଠାରୁ ଦିନ ବଢେ ରାତି କମେ ।
{"id":211099,"sizeSlug":"large"}ମକରସଂକ୍ରାନ୍ତିରୁ ଶୀତର ଶେଷ ବୋଲି ମାନ୍ୟତା ରହିଛି । ମକର ସଂକ୍ରାନ୍ତିକୁ ଦକ୍ଷିଣ ଭାରତରେ ପୋଙ୍ଗଲ , ଆସାମରେ ବିହୁ ପଞ୍ଜାବୀମାନେ ଲୋହରି ପାଳନ କରିଥାଆନ୍ତି ।