'ପୁଷ୍ପା-୨' ସେଟ୍‌ରୁ ଲିକ୍‌ ହେଲା ଅଲ୍ଲୁଙ୍କ ଲୁକ୍‌, ସୋସିଆଲ ମିଡିଆରେ ହେଉଛି ଭାଇରାଲ

Published By : Prameya-News7 Bureau | January 31, 2024 IST

ମୁମ୍ଵାଇ ୩୧।୦୧: ସାଉଥ୍‌ର ସୁପରଷ୍ଟାର ଅଲୁ ଅର୍ଜୁନ। ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟିଜର ସାମ୍ନାକୁ ଆସିନାହିଁ କିମ୍ବା କୌଣସି ଗୀତ ପର୍ଯ୍ୟନ୍ତ ରିଲିଜ ହୋଇନାହିଁ, କିନ୍ତୁ ଏହାପୂର୍ବରୁ ସେଟରୁ ତାଙ୍କର ଏକ ଫଟୋ ଲିକ୍‌ ହୋଇଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଅନ୍‌ଲାଇନ୍‌ରେ ଲିକ୍ ହେବା ପରେ ଅଭିନେତା ଅଲୁ ଅର୍ଜୁନ ଏବେ ଟ୍ରେଣ୍ଡ୍‌ କରୁଛନ୍ତି। ଫଟୋରେ ଅଲୁ ଅର୍ଜୁନଙ୍କୁ 'ଗଙ୍ଗମା ଥଲି' ଅବତାରରେ ଦେଖିବାକୁ ମିଳିଛି। ଅଲ୍ଲୁ ନୀଳ ରଙ୍ଗର ବନାରସୀ ଶାଢି ପିନ୍ଧି ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି। ଲିକ ହୋଇଥିବା ଫଟୋକୁ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି।  ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଛି।

ପୂର୍ବରୁ ନିର୍ମାତାମା ଫିଲ୍ମର ରିଲିଜ୍ ତାରିଖକୁ ଆଉଥରେ ନିଶ୍ଚିତ କରିଥିଲେ। ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟ ୨୦୨୪ ରେ ପ୍ରେକ୍ଷାଳୟକୁ ଆସିବ। ଏହା ତାମିଲ, ତେଲୁଗୁ ଏବଂ ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମୁକ୍ତିଲାଭ କରିବ। ଏହା ଏକ ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ର ହେବ ଏବଂ ୫୦୦ କୋଟି ଟଙ୍କା ବଜେଟରେ ଏହାକୁ ପ୍ରସ୍ତୁତ କରାଯାଉଛି।

wp:embed {"url":"https://www.prameyanews7.com/odia-boy-milan-did-wonders-in-telugu-cinema/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odia-boy-milan-did-wonders-in-telugu-cinema/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.