ଭୁବନେଶ୍ଵର: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଅନ୍ୟ ରାଜ୍ୟ ସହ ଓଡ଼ିଶା ପ୍ରଦେଶ କଂଗ୍ରେସରେ ମଧ୍ୟ ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି। ଡକ୍ଟର ଅଜୟ କୁମାରଙ୍କୁ ପିସିସିର ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି। ଚେଲ୍ଲା କୁମାରଙ୍କ ସ୍ଥାନ ନେଇଛନ୍ତି ଡକ୍ଟର ଅଜୟ କୁମାର। ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ ହେଉଛନ୍ତି ଅଜୟ କୁମାର। ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡ଼ୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେହିପରି ଚେଲ୍ଲାକୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳର ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି ଦଳୀୟ ହାଇକମାଣ୍ଡ।
wp:heading {"level":4}ଅଧିକ ପଢନ୍ତୁ- ମୁଁ ଆହୁତି ଦେଇ ଦେବି, କିନ୍ତୁ ନିଜ ସମାଜର ଅପମାନ ସହିବି ନାହିଁ; ସଂସଦରେ କହିଲେ ଜଗଦୀପ ଧନଖଡ଼
/wp:headingନ୍ୟୁଜ୍ 7କୁ କଂଗ୍ରେସ ପ୍ରଭାରୀ ଅଜୟ କୁମାର ପ୍ରତିକ୍ରିୟା ଦେଇ କହିଛନ୍ତି ଓଡ଼ିଶା ଗୋଟିଏ ଭଲ ରାଜ୍ୟ। ଏହି ରାଜ୍ୟରେ ପ୍ରଭାରୀ ହୋଇଥିବାରୁ ବହୁ ଖୁସି। ଓଡ଼ିଶାବାସୀ ବହୁ ଭଲ ଏବଂ ଦିନେ ଓଡ଼ିଶା କଂଗ୍ରେସର ପ୍ରଦେଶ ଥିଲା। ଏଠାରେ ବିଜେପି-ବିଜେଡି ଭିତରେ କିଛି ଅନ୍ତର ନାହିଁ। ଓଡ଼ିଶାରେ ଭଲ କଂଗ୍ରେସ ନେତା ଅଛନ୍ତି। ଏବେ କଂଗ୍ରେସ ଛାଡ଼ିଥିବା ନେତା ଦଳକୁ ଫେରିପାରିବେ। ସମସ୍ତଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିବି। ଓଡ଼ିଶାରେ ପ୍ରଥମେ କଂଗ୍ରେସର ସ୍ଥିତି ବିଷୟରେ ସମୀକ୍ଷା କରିବି। ସମୀକ୍ଷା ପରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା। ଆମେ ଆତ୍ମବିଶ୍ବାସର ସହ ଓଡ଼ିଶାରେ କାମ କରିବୁ। ତେଲେଙ୍ଗାନାରେ ଚ୍ୟାଲେଞ୍ଜିଂକୁ ସାମ୍ନା କଲୁ। ଓଡ଼ିଶାରେ ବି ଆମ ପାଇଁ ଚ୍ୟାଲେଞ୍ଜିଂ ରହିଛି ବୋଲି ଅଜୟ କୁମାର କହିଛନ୍ତି।
ଓଡ଼ିଶାରେ ସେହି ସମମୟରେ ପ୍ରଭାରୀ ବଦଳା ଯାଇଛି ଯେତେବେଳେ ରାଜ୍ୟ କଂଗ୍ରେସର ନେତାମାନେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ଵରେ ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଛନ୍ତି। ଏହି ଗସ୍ତରେ ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ବୈଠକ କରି ଓଡ଼ିଶାରେ ଦଳର ସଂଗଠନ ଓ ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଆଗାମୀ ନିର୍ବାଚନରେ ଦଳର କଣ ରଣନୀତି ରହିବ ତା ଉପରେ ମଧ୍ୟ ଆଲୋଚନା କରିଛନ୍ତି।