ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ରିଆଦରେ ଇସ୍ଲାମୀ ଦେଶଙ୍କ ଅସାଧାରଣ ବୈଠକ, ଯୋଗ ଦେଇଛନ୍ତି ସଲମାନ,ଆର୍ଦୋଆନ ଓ ରଇସୀ
11/11/2023 at 9:18 PM

ରିଆଦ ୧୧।୧୧: ସାଉଦୀ ଆରବ ରିଆଦରେ ଇସ୍ଲାମିକ୍ ଦେଶଙ୍କ ଏକ ଅସାଧାରଣ ବୈଠକ ଅନୁଷ୍ଠିତ ହେଉଛି। ଗାଜାରେ ଜାରି ଭୀଷଣ ସଂଘର୍ଷ ମଧ୍ୟରେ ସାଉଦୀ ଆରବର ରିଆଦରେ ବିଶ୍ୱର ବିଭିନ୍ନ ଇସ୍ଲାମ ଦେଶଙ୍କ ନେତାମାନେ ଏକଜୁଟ ହେବା ସହିତ ତୁରନ୍ତ ଯୁଦ୍ଧବୀରାମ ଓ ପାଲେଷ୍ଟାଇନ ପ୍ରସଙ୍ଗର ସମାଧାନ ଦାବି କରିଛନ୍ତି। ଆରବ ଓ ଅନ୍ୟ ଇସ୍ଲାମ ଦେଶଙ୍କ ନେତାମାନେ ଇସ୍ରାଏଲର ସମାଲୋଚନା କରିବା ସହିତ ଗାଜା ଉପରେ ତୁରନ୍ତ ଆକ୍ରମଣ ରୋକିବା ପାଇଁ ଆହ୍ୱାନ ଦେଇଛନ୍ତି।
ଏହି ବୈଠକରେ କେତେକ ଦେଶ ଇସ୍ରାଏଲ ଓ ସହଯୋଗୀ ଦେଶମାନଙ୍କୁ ଆର୍ଥିକ ଓ କୂଟନୈତିକ ସମ୍ପର୍କ ଅଟକାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ତେବେ ଏହି ପରାମର୍ଶକୁ ବିରୋଧ ମଧ୍ୟ ହୋଇଛି। ଏହି ବୈଠକରେ ଇସ୍ଲାମିକ ସହଯୋଗ ସଙ୍ଗଠନ ବ୍ୟତୀତ ଆରବ ଲିଗ ଦେଶଙ୍କ ନେତା ମଧ୍ୟ ଯୋଗ ଦେଇଛନ୍ତି। ଏହି ବୈଠକ ଇସ୍ରାଏଲ ଓ ଆମେରିକା ଉପରେ ଚାପ ପକାଇବା ପାଇଁ ଅନୁଷ୍ଠିତ ହେଉଛି। ବୈଠକରେ ଇରାନର ରାଷ୍ଟ୍ରପତି ଇବ୍ରାହୀମ ରଇସୀ ମଧ୍ୟ ଯୋଗ ଦେଇଛନ୍ତି।
ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିଥିଲା। ଏଥିରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ୧୪୦୦ ନିରିହ ନାଗରିକଙ୍କୁ ହତ୍ୟା କରିବା ସହ ଅନେକ ଲୋକଙ୍କୁ ଅପହରଣ କରି ନେଇଛନ୍ତି। ଏହାର ଜବାବରେ ଇସ୍ରାଏଲ ଲଗାତାର ଗାଜା ଉପରେ ବୋମା ବର୍ଷା କରିଚାଲିଛି। ଏଥିରେ ଇସ୍ରାଏଲ ସେନା ଏବେ ଗ୍ରାଉଣ୍ଡ ଅପରେସନ ମଧ୍ୟ ଚଳାଇଛନ୍ତି। ହମାସ ମୁତାବକ ଗାଜାରେ ଏପର୍ଯ୍ୟନ୍ତ ୧୧ହଜାରରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ପାଖାପାଖି ସାଢେ ୪ ହଜାର ପିଲା ଅଛନ୍ତି। ଏହି ଯୁଦ୍ଧ ମଧ୍ୟରେ ସାଉଦୀ ଆରବରେ ଏହି ଅସାଧାରଣ ବୈଠକ ଅନୁଷ୍ଠିତ ହେଉଛି।
ଗାଜାରେ ଧ୍ୱଂସ ଦେଖି ପାଶ୍ଚ୍ୟାତ ଦେଶ ବି ଦାବି କଲେ ଯୁଦ୍ଧବିରାମ, ଫ୍ରାନ୍ସ କହିଲା-ଇସ୍ରାଏଲ୍ ବନ୍ଦ କରୁ ବୋମା ମାଡ଼