କଂଗ୍ରେସର ୩ ଶୀର୍ଷ ନେତାଙ୍କ ମଧ୍ୟରେ ଖଡଗେ, ହେଲେ ଦଳରେ ଆଣିପାରିବେନି ପରିବର୍ତ୍ତନ : ଥରୁର

Published By : Prameya-News7 Bureau | October 02, 2022 IST

ନାଗପୁର ୨।୧୦: କଂଗ୍ରେସ ସଭାପତି ନିର୍ବାଚନରେ ଏବେ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଶଶିଥରୁରଙ୍କ ମଧ୍ୟରେ ସାମ୍ନାସାମ୍ନୀ ପ୍ରତିଦ୍ୱନ୍ଦ୍ୱୀତା ହେବ। ଅକ୍ଟୋବର ୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ତେବେ ଥରୁର ନିର୍ବାଚନରୁ ଓହରିବେ ନାହିଁ ବୋଲି ସଫା ସଫା କହିଛନ୍ତି। ସେ କହିଛନ୍ତି ଯେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ମୁଁ ସେମାନଙ୍କ ସହିତ ବିଶ୍ୱାସଘାତ କରିପାରିବେନି ଯେଉଁମାନେ ମୋତେ ସମର୍ଥନ କରିଛନ୍ତି। ଏଣୁ କଂଗ୍ରେସରେ ଏବେ ନିର୍ବାଚନ ସ୍ପଷ୍ଟ ହୋଇଯାଇଥିବା ବେଳେ ଦୁଇ ନେତା ନିଜନିଜ ପ୍ରଚାରରେ ଲାଗି ପଡିଛନ୍ତି।

ଏହି କ୍ରମରେ ଥରୁର ନାଗପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଖଡଗେ ଓ ମୋ ମଧ୍ୟରେ ଏହା ଯୁଦ୍ଧନୁହେଁ ବୋଲି କହିଛନ୍ତି। କାରଣ ସେ ମୋର ଶତ୍ରୁ ନୁହନ୍ତି। ତେବେ ଏହା ଆମ ପାର୍ଟିର ଭବିଷ୍ୟତଲାଗି ନିର୍ବାଚନ ବୋଲି କହିଛନ୍ତି। ଖଡଗେ କଂଗ୍ରେସର ଶୀର୍ଷ ୩ ନେତାଙ୍କ ମଧ୍ୟରେ ଆସୁଥିବା ଥରୁର କହିଛନ୍ତି। ତେବେ ଖଡଗେ ପାର୍ଟିରେ ସ୍ଥିତାବସ୍ଥା କାୟମ ରଖିପାରିବେ ସିନା ପରିବର୍ତ୍ତନ ଆଣିପାରିବେ ନାହିଁ ବୋଲି କହିଛନ୍ତି। ହେଲେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଆଶାନୁରୂପ ପରିବର୍ତ୍ତନ ମୁଁ ଆଣି ପାରିବି ବୋଲି ଦାବିର ସହ କହିଛନ୍ତି।

{"id":691088,"sizeSlug":"full","linkDestination":"none"}

ନାଗପୁରରେ ସାମ୍ବାଦିକଙ୍କ ସହ ଆଲୋଚନାରେ ତିରଅନନ୍ତପୁରମ ସାଂସଦ କହିଛନ୍ତି ଯେ ବଡ଼ ନେତାମାନେ ସ୍ୱଭାବିକ ଭାବେ ଅନ୍ୟ ବଡ଼ ନେତାଙ୍କ ସହ ଛିଡା ହୋଇଥାନ୍ତି, ହେଲେ ମୋତେ ରାଜ୍ୟମାନଙ୍କର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସମର୍ଥନ ପ୍ରାପ୍ତ ଅଛି । ପାର୍ଟିର ବଡ଼ ନେତାଙ୍କୁ ମୁଁ ବି ସମ୍ମାନ କରେ, ତେବେ ଏହା ପାର୍ଟିରେ ଯୁବନେତାଙ୍କ କଥା ଶୁଣିବାର ସମୟ ବୋଲି କହିଛନ୍ତି। ମୁଁ ପାର୍ଟିର ସଙ୍ଗଠନାତ୍ମକ ଢାଞ୍ଚାକୁ ବଦଳାଇବାକୁ ଚେଷ୍ଟା କରିବି ବୋଲି ଥରୁର କହିଛନ୍ତି।

ଶଶି ଥରୁର ପାର୍ଟିର ଜି-୨୩ଗ୍ରୁପର ମଧ୍ୟ ଅଂଶ ଅଟନ୍ତି, ଯିଏ ୨୦୨୦ରେ ପାର୍ଟିର ସଙ୍ଗଠନାତ୍ମକ ପରିବର୍ତ୍ତନ ଓ ନିର୍ବାଚନ ଦାବି କରିଥିଲେ। ତାବେ ଗାନ୍ଧି ପରିବାରଙ୍କ ଭୂମିକା ସମ୍ପର୍କରେ ପଚରା ଯିବାରୁ ଥରୁର କହିଥିଲେ ଯେ ଗାନ୍ଧି ପରିବାର ଓ କଂଗ୍ରେସର ଡିଏନଏ ଏକ। ଗାନ୍ଧି ପରିବାରକୁ ଗୁଡବାଏ କହିବା ପାର୍ଟିର କୌଣସି ଅଧ୍ୟକ୍ଷଙ୍କ ଲାଗି ଏତେ ସହଜ ନୁହେଁ ଓ ଏହା ମୁର୍ଖତା ମଧ୍ୟ। ଦଳ ଲାଗି ଗାନ୍ଧି ପରିବାର ସବୁଠୁ ବଡ଼ ସମ୍ପତ୍ତି ବୋଲି ଥରୁର କହିଛନ୍ତି।

{"id":691089,"sizeSlug":"full","linkDestination":"none"}

ରେକର୍ଡରୁ ଜଣାଯାଏ କଂଗ୍ରେସ ସଭାପତି ପଦ ନିମନ୍ତେ ପ୍ରଥମ ଜୋରଦାର ପ୍ରତିଦ୍ୱନ୍ଦ୍ୱୀତା ୧୯୩୯ ମସିହାରେ ସୁଭାଷଚନ୍ଦ୍ର ବୋଷ ଓ ପଟ୍ଟାଭି ସୀତାରମୈୟାଙ୍କ ମଧ୍ୟରେ ହୋଇଥିଲା। ସୀତାରମୈୟାଙ୍କୁ ଗାନ୍ଧି ଓ ଶୀର୍ଷ କଂଗ୍ରେସ ନେତାଙ୍କ ସମର୍ଥନ ଥିବା ସତ୍ତ୍ୱେ ସୁଭାଷ ଚନ୍ଦ୍ର ବୋଷ ବିଜୟୀ ହୋଇଥିଲେ। ଏଇଭଳି ପ୍ରତିଦ୍ୱନ୍ଦ୍ୱୀତା ପୁଣି ଥରେ ୧୯୫୦ ମସିହାରେ ହୋଇଥିଲା। ଜେ.ବି. କୃପାଲନୀ ଓ ପୁରୁଷୋତ୍ତମ ଦାସ ଟଣ୍ଡନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହୋଇଥିଲା। ଟଣ୍ଡନ ବିଜୟୀ ହୋଇଥିଲେ। ତେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ମତପାର୍ଥକ୍ୟ ଯୋଗୁ ଶେଷରେ ଟଣ୍ଡନ ପଦରୁ ଇସ୍ତଫା ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.