ଶିବରାଜଙ୍କ ଠାରୁ ବସୁନ୍ଧରା ଓ ନଡ୍ଡା...ରେଜଲ୍ଟ ପୂର୍ବରୁ ଭଗବାନଙ୍କ ଭକ୍ତିରେ ନେତା

Published By : Prameya-News7 Bureau | December 02, 2023 IST

ନୂଆଦିଲ୍ଲୀ: ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ରବିବାର ବେଶ ଖାସ୍ ହେବାକୁ ଯାଉଛି । ଆସନ୍ତାକାଲି ଚାରି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ । ଏହାର ଗୋଟିଏ ଦିନ ପରେ ମିଜୋରାମ ରେଜଲ୍ଟ ଘୋଷଣା ହେବ । ଏଥିରୁ ହିନ୍ଦୀ ହାର୍ଟଲାଣ୍ଡ କୁହାଯାଉଥିଲା ତିନି ରାଜ୍ୟ-ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନକୁ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନର ସେମିଫାଇନାଲ ବୋଲି କୁହାଯାଉଛି ।

ଏକଜିଟ୍ ପୋଲରେ କିଏ ସରକାର ଗଢିବାକୁ ଯାଉଛି, ତାକୁ ନେଇ ଅଲଗା ଅଲଗା ଭବିଷ୍ୟତବାଣୀ କରାଯାଇଛି । ରବିବାର ସବୁ ଚିତ୍ର ସ୍ପଷ୍ଟ ହେବ ଓ ରାଜ୍ୟର ଶାସନ ସିଂହାସନରେ କିଏ ବସିବ ସ୍ପଷ୍ଟ ହେବ । ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଅନେକ ବରିଷ୍ଠ ନେତା ଭଗବାନଙ୍କ ଭକ୍ତିରେ ବୁଡିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କଠାରୁ ଆରମ୍ଭ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମନ୍ଦିର ଯାଏ ପୂଜା କରିଛନ୍ତି ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ ଆଜି ମେହନ୍ଦିପୁର ବାଲାଜୀ ମହାରାଜାଙ୍କ ଦର୍ଶନ କରିଛନ୍ତି । ଏହାସହ ଜୟପୁରର ମୋତି ଡୁଙ୍ଗରୀ ମନ୍ଦିରରେ ଭଗବାନ ଶ୍ରୀ ଗଣେଶଙ୍କ ମଧ୍ୟ ଦର୍ଶନ କରିଛନ୍ତି ।

{"id":877652,"sizeSlug":"full","linkDestination":"none"}

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ବାଚନ ପରିଣାମ ପୂର୍ବରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଅପୂର୍ବ ଧାମ ପହଞ୍ଚିଛନ୍ତି । ସିଏମ୍ ଶିବରାଜଙ୍କ ତାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଦର୍ଶନ ପରେ ସେ ଏକ୍ସରେ ଲେଖିଛନ୍ତି, 'ଆଜି ଓଁକାରେଶ୍ୱରର ଏକାତ୍ମ ଧାମ ପ୍ରକଳ୍ପରେ ଏକାତ୍ମତାର ମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଛି'।

{"id":877653,"sizeSlug":"full","linkDestination":"none"}

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଯୋଗୀ ଆଦିତ୍ୱନାଥ ଆଜି ଅଯୋଧ୍ୟା ପହଞ୍ଚିଥିଲେ । ସିଏମ୍ ଯୋଗୀ ଏଠାରେ ରାମଲଲାଙ୍କ ଦର୍ଶନ କରଥିଲେ । ଏହାପରେ ହନୁମାନ ଗଢି ମନ୍ଦିରରେ ବଜରଙ୍ଗବଳିଙ୍କ ଆଶୀର୍ବାଦ ନେଇଥିଲେ ।

{"id":877654,"sizeSlug":"full","linkDestination":"none"}

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ନିର୍ବାଚନ ପରିମାଣ ପୂର୍ବରୁ ଭକ୍ତିମୟ ମାହୋଲରେ ନଜର ଆସିଛନ୍ତି । ସେ ମଧ୍ୟ ପ୍ରଦେଶରେ ଶ୍ରୀ ପୀତାମ୍ୱରା ପୀଠରେ ଆଦିଶକ୍ତି ମାଆ ପୀତମ୍ୱରା ଓ ଧୂମାବତୀ ମାଆଙ୍କ ଦର୍ଶନ କରିଛନ୍ତି ।

{"id":877655,"sizeSlug":"full","linkDestination":"none"}

Also Read: ନିର୍ବାଚନ ରେଜଲ୍ଟ ପୂର୍ବରୁ କଂଗ୍ରେସକୁ ଘୋଡ଼ା ବେପାର ଡର; ସଂକଟମୋଚକ ଶିବକୁମାର ସକ୍ରିୟ, ହୋଟେଲ ବୁକ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.