ତାରିଖ ଆସିନି, କିନ୍ତୁ ନେତାଙ୍କ ପାଟି ଖଜବଜ : ବିଜେଡ଼ିକୁ କଂଗ୍ରେସର ଟାର୍ଗେଟ୍,ପଦ୍ମ କହୁଛି ଏଥର ଆମର ,ହ୍ୟାଟ୍ରିକ୍ ନେଇ ଶଙ୍ଖ ନେତାଏଁ ନିଶ୍ଚିତ
28/02/2020 at 5:56 PM

କଟକ ୨୮/୨: ପୌର ନିର୍ବାଚନ ନେଇ ଘୋଷଣା ହୋଇନି ତାରିଖ । କିନ୍ତୁ ଏବେଠୁ ବୟାନବାଜୀ ଆରମ୍ଭ କରିଦେଲେଣି କଟକି ନେତା । ପରାଜୟ ଭୟରେ ଶାସକ ଦଳ ନିର୍ବାଚନ ତାରିଖ ଗଡାଇବାରେ ଲାଗିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣେ ଭାଜପା କହୁଛି, କଟକର ବିକାଶ ଅଧାବାଟରେ ଅଟକି ଯାଇଛି, ଯାହାକୁ ଲୋକେ ବୁଝିସାରିଛନ୍ତି । ତେଣୁ ଏଥର କଟକ ନଗରରେ ପଦ୍ମ ଫୁଟିବାଟା ନିଶ୍ଚିତ । ହେଲେ ଶାସକ ଦଳର ଯୁକ୍ତି, ବିଜେଡିର ଲୋକ ପ୍ରିୟତା ଅତୁଟ ରହିଛି । ତେଣୁ ୩ୟ ଥରଲାଗି ସି ଏମ୍ ସିରେ ବିଜୁ ଜନତା ଦଳହିଁ କାଉନ୍ସିଲ୍ ଗଠନ କରିବ ।

ଗତ ସାଧାରଣ ନିର୍ବାଚନରେ ବାରବାଟୀ କଟକ ବିଧାନସଭା କ୍ଷେତ୍ରର ରାଜନୈତିକ ଦୃଶ୍ୟପଟ ବଦଳିଗଲା ।ପ୍ରାୟ ୪ ଦଶନ୍ଧି ପରେ କଂଗ୍ରେସକୁ ମିଳିଲା ଜନାଦେଶ ।ସେହି କାରଣରୁ ହେଉ, ଅବା ବର୍ତ୍ତମାନର ସ୍ଥିତିକୁ ଦେଖି କଂଗ୍ରେସ ଶିବିର ଖୁବ ଉତ୍ସାହିତ । ସେଥିଲାଗିତପୌର ନିର୍ବାଚନ ସମ୍ପର୍କରେ ବିରୋଧୀ କଂଗ୍ରେସର ମତାମତ ହେଉଛି କିଛି ଏହିପରି ।

କିନ୍ତୁ ପୌର ନିର୍ବାଚନ କେବେ ହେବ, ସେନେଇ ଏବେ ସୁଦ୍ଧା କୌଣଷି ସ୍ପଷ୍ଟ ଚିତ୍ର ମିଳିନାହିଁ. ତେଣେ କିନ୍ତୁ ନିର୍ବାଚନ ଲାଗି ବିଜେପି ପାଗ ଭିଡିବା ଆରମ୍ଭ କଲାଣି । ଦଳର ସାଂଗଠନିକ ଦାୟିତ୍ବରେ ପରିବର୍ତ୍ତନ କରାଯାଇଛି । ସଂଘ ପରିବାର ସହିତ ଯୋଡି ହୋଇ ରହିଥିବା କିଛି ପୁରୁଣା ସଂଗଠକ, ଏବେ ଦଳର କମାଣ ସମ୍ଭାଳିଛନ୍ତି, ଯିଏ ପୁରୁଣା ପୃଷ୍ଠାକୁ ଓଲଟାଇାବ ସହିତ ଶାସକ ଦଳ ବିଜେଡିକୁ କଟାକ୍ଷ କରିଛନ୍ତି ଏବଂ କଟକରେ ପୁଣି ପଦ୍ମ ଫୁଟିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ହେଲେ ବିରୋଧୀଙ୍କ ସମସ୍ତ ଆକ୍ଷେପକୁ ନଜର ଅନ୍ଦାଜ କରିଚାଲିଛି ବିଜେଡି । ଯଦିଓ ବାରବାଟୀ କଟକରେ ଦଳ ପରାଯିତ ହୋଇଛି. କିନ୍ତୁ ଦଳର ଯୁକ୍ତି ହେଲା, ସି ଏମ୍ ସି ଅନ୍ତର୍ଗତ ୫୯ ଟି ଓ୍ବାର୍ଡରୁ ପ୍ରାୟ ୭୦ ପ୍ରତିଶତ ସ୍ଥାନରେ ବିଜେଡି ତାର ଲୋକପ୍ରିୟତା ବଜାୟ ରଖିଛି । ତେଣୁ ତୃତୀୟ ଥର ଲାଗି ସି ଏମ୍ ସି ଦଖଲ କରିବାଲାଗି ବିଜେଡି ଅଙ୍କ କଷିବା ଆରମ୍ଭ କଲାଣି ।

ଗତ ସାଧାରଣ ନିର୍ବାଚନରେ କଟକରେ ବିଜେପିର ଭୋଟହାର ବଢିଛି । ବିଜେଡିର ସ୍ଥିତି ବି ସେଭଳି ଖରାପ ନୁହେଁ । କିନ୍ତୁ ଉଭୟ ଦଳରେ ଅନଃକନ୍ଦଳ ଲାଗି ରହିଥିବା ବେଳେ କଂଗ୍ରେସର ସ୍ଥିତି ବି ସୁଧୁରିଛି ।ତେଣୁ ପୌର ନିର୍ବାଚନ ବେଳକୁ ଯଦି ଏବେର ସ୍ଥିତି ବଜାୟ ରୁହେ , ତାହାଲେ ଫଳାଫଳ କଣ ହେବ ,ତାହା କହିବାଟା ମୁସ୍କିଲ ।
