ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଆଇଆଇସିଙ୍କୁ ନେତାଙ୍କ ଦାଦାଗିରି ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଲେ ଅଫିସର ଓ ହାବିଲଦାର ସଂଘ 

16/02/2023 at 12:05 AM

ସମ୍ୱଲପୁର ୧୫/୦୨: ଧନୁପାଲି ଥାନାଧିକାରିଣୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ଆରଡ଼ିସିଙ୍କ ଜରିଆରେ ଦାବି ପତ୍ର ଦେଲେ ଅଫିସର ଏବଂ ହାବିଲଦାର ସଙ୍ଘ। ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କଲେ ଅଫିସର ସଂଘ। ଆରଡିସିଙ୍କୁ ଭେଟି ଦାବିପତ୍ର ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଦୁଇ ସଂଘ। ସେପଟେ ଥାନାଧିକାରିଣୀ ଅନିତା ପ୍ରଧାନ ଟାଉନ ଥାନାରେ ଜୟ ନାରାୟଣଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନାଧିକାରିଣୀଙ୍କ ବିରୁଦ୍ଧରେ ମଧ୍ୟ ଏତଲା ଦିଆଯାଇଛି।

ସୂଚନାଥାଉକି, ବିଜେଡିର ଚାଉଳ ବିକ୍ଷୋଭ ସାଙ୍ଗକୁ ବିଜେପିର ଆଇନଶୃଙ୍ଖଳା ହରତାଳକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ହେଲେ ଏହା ମଧ୍ୟରେ ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆନ୍ଦୋଳନ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ନେତା ଓ ପୋଲିସ। ଜଣେ ମହିଳା ଥାନାଧିକାରିଣୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଧକ୍କା ମାରିଥିବା ଅଭିଯୋଗ ହୋଇଛି। ସେପଟେ ସମ୍ପୃକ୍ତ ଥାନାଧିକାରିଣୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଜୟ ନାରାୟଣ। ଏହି ଘଟଣାକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

ଏମିତି ଘଟଣା ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଦେଖିବାକୁ ମିଳିଛି। ଯେଉଁଠି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରି ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲେ ବିଜେପି ନେତା ଓ କର୍ମୀ। ସେଠାରେ ନିୟୋଜିତ ପୋଲିସ ସେମାନଙ୍କୁ ଅଟକାଇଥିଲେ। ଯାହାକୁ ନେଇ ଆରମ୍ଭ ତୁମ୍ୱିତୋଫାନ ଆରମ୍ଭ ହୋଇଥିଲା। ଆନ୍ଦୋଳନରେ ସାମିଲ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଘଟଣାସ୍ଥଳରେ ଧନୁପାଲି ଥାନାର ମହିଳା ଆଇଆଇସିଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ସେପଟେ ଧନୁପାଲି ଆଇଆଇସି ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର।

ଏହା ମଧ୍ୟରେ ବିରୋଧି ଦଳ ନେତା ଜୟନାରାୟଣଙ୍କ ବିରୋଧରେ ମହିଳା ଥାନା ଅଧିକାରୀଙ୍କ ଅଭିଯୋଗ କ୍ରମେ ମାମାଲା ରୁଜୁ ହୋଇଛି। ଏନେଇ ଘଟଣାର ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।

ସମ୍ବଲପୁରରେ

ଜୟନାରାୟଣଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ବିଜେପିକୁ ଘେରିଛି ବିଜେଡି। ପତିକ୍ରିୟାରେ ବିଜେଡି କହିଛି ବିଜେପି ବିଧାୟକ ଜୟ ନାରାୟଣଙ୍କ ନାଁରେ ପାଖାପାଖି ୧୪ଟି ମାମଲା ରହିଛି। ଜୟନାରାୟଣ ମିଶ୍ର ଯେଉଁଭଳି ଭାବେ ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ତାହା ଓଡ଼ିଶାର ସଂସ୍କୃତି ନୁହେଁ। ଏହା କ’ଣ ମାଆକୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ? ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧି ଦଳ ନେତା ପଦରୁ ବହିଷ୍କାର କରିବା ସହ ରାଜ୍ୟର ମାଆମାନଙ୍କୁ କ୍ଷମା ପାର୍ଥନା କରିବାକୁ ଦାବି କରିଛି ବିଜେଡି।  

ବୁଧବାର ପଞ୍ଚାୟତସ୍ତରୀୟ ଚାଉଳ ପ୍ରସଙ୍ଗକୁ ନେଇ ବିଜେଡି କେନ୍ଦ୍ର ବିରୋଧରେ ଗର୍ଜିଥିବା ବେଳେ ରାଜ୍ୟର ଆଇଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରତି ସଦର ମହକୁମାରେ ଆଇନ ଅମାନ୍ୟ ଆନ୍ଦୋଳନ କରିଛି ବିଜେପି। ତେବେ ଚାଉଳ ଓ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜରାସ୍ତାରେ ଉଭୟ ବିଜେଡି-ବିଜେପି ମୁହାଁମୁହିଁ ଭିତରେ ସମ୍ବଲପୁର ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି ରାଜନୀତି ।  

   Related Posts