କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ବ୍ୟାଙ୍କ୍ ସଭାପତିଙ୍କ ନାଁରେ ଯୌନ ନିର୍ଯାତନା ମାମଲା : ତଦନ୍ତ କରିବ ଲୋକାଲ କମ୍ପ୍ଲେନ କମିଟି, କମିଟି ଆଗରେ ନିଜ ପକ୍ଷ ରଖିବେ ପୀଡିତା

Published By : Prameya-News7 Bureau | November 02, 2019 IST

କେନ୍ଦ୍ରାପଡା ୨।୧୧: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ବ୍ୟାଙ୍କ୍ ସଭାପତିଙ୍କ ନାଁରେ ଯୌନ ନିର୍ଯାତନା ମାମଲାର ତଦନ୍ତ ଆରମ୍ଭ କରିବ ଲୋକାଲ କମ୍ପ୍ଲେନ କମିଟି | ଆଜି ପୀଡିତା କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିବେ । ଏଥିପାଇଁ ପୂର୍ବରୁ ପୀଡ଼ିତାଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କୁ ନୋଟିସ କରାଯାଇଛି ।

ଗତ ଅକ୍ଟୋବର ୧୬ ତାରିଖରେ ପୀଡିତା କମିଟି ନିକଟରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । ଆଜି କମିଟି ପୀଡ଼ିତାଙ୍କ ଅଭିଯୋଗ ଶୁଣିବା ସହ ସେସବୁକୁ ରେକର୍ଡ଼ କରିପାରେ ।

ଅନ୍ୟପକ୍ଷରେ ପୀଡ଼ିତlଙ୍କୁ କମିଟି ଘଟଣା ସମ୍ପର୍କରେ ମଧ୍ୟ ପଚରାଉଚରା କରିପାରନ୍ତି । ଜିଲ୍ଲା ସୋସିଆଲ ୱେଲଫର କମିଟି ପକ୍ଷରୁ ଗଠିତ ଏହି କମିଟିରେ ତହସିଲଦାରଙ୍କ ସମେତ କିଛି ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ସଦସ୍ୟ ଅଛନ୍ତି ।

ଅନ୍ୟପକ୍ଷରେ ପୀଡିତା ସପକ୍ଷରେ ବାହାରି ଅଭିଯୁକ୍ତକୁ ଗିରଫ କିରବାକୁ ଦାବି କରିଛି ବିଜେପି । ବିଳମ୍ବ ହେଲେ ଅନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.