ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଭାରତୀୟ ନୌସେନାକୁ ବଡ଼ ସଫଳତା, ଆଇଏନଏସ ବିକ୍ରାନ୍ତ ଉପରେ ହେଲା ଲଢ଼ୁଆ ବିମାନର ସଫଳ ଲ୍ୟାଣ୍ଡିଂ

6/02/2023 at 6:34 PM

ନୂଆଦିଲ୍ଳୀ, ୦୬/୦୨: ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ। ଆତ୍ମନିର୍ଭର ଭାରତ ଦିଗରେ ଭାରତକୁ ବଡ଼ ସଫଳତା। ସୋମବାର ନୌସେନାର ପାଇଲଟ୍ ଆଇଏନଏସ ବିକ୍ରାନ୍ତରେ ହାଲୁକା ଲଢ଼ୁଆ ବିମାନ ଏଲସିଏ (ନୌସେନା) ର ସଫଳ ଭାବରେ ଅବତରଣ କରିଛନ୍ତି। ଆଉ ଏହି ସଫଳତା ସ୍ବଦେଶୀ ଲଢ଼ୁଆ ବିମାନ ସହ ସ୍ବଦେଶୀ ବିମାନ ବାହକକୁ ଡିଜାଇନ୍‌, ବିକଶିତ, ନିର୍ମାଣ କରିବାରେ ଭାରତର କ୍ଷମତାକୁ ଦର୍ଶାଇଛି।

ସୂଚନାଥାଉ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର (ଆଇଏଏସି) କୁ ୨ ସେପ୍ଟେମ୍ବରରେ ନୌସେନାରେ ସାମିଲ କରିଥିଲେ। ସାମୁଦ୍ରିକ ପରୀକ୍ଷଣର ଚତୁର୍ଥ ଏବଂ ଶେଷ ପର୍ଯ୍ୟାୟକୁ ସଫଳତାପୂର୍ବକ ଶେଷ କରିବା ପରେ ଭାରତୀୟ ନୌସେନା ୨୮ ଜୁଲାଇରେ ସିଏସଏଲ ସହ ଏହି ଏୟାରକ୍ରାଫ୍ଟ କ୍ୟାରିୟରକୁ ହାସଲ କରିଥିଲା।

ଏୟାରକ୍ରାଫ୍ଟ କ୍ୟାରିୟର (ବିମାନ ବାହକ ଯୁଦ୍ଧ ଜାହଜ) ପାଇଁ ଯୁଦ୍ଧ ବିମାନ ଅଣାଯାଇଛି। ଏହି ମିଗ୍-୨୯ ର ଲଢ଼ୁଆ ବିମାନ, କାମୋଭ-୩୧ ହେଲିକପ୍ଟର ଏବଂ ଏମଏଚ-୬୦ ଆର ହେଲିକପ୍ଟରର ସଞ୍ଚାଳନ କରିବାକ ପାଇଁ ପ୍ରସ୍ତୁତ।

ବିକ୍ରାନ୍ତ ଆସିବା ସହ ଭାରତ ସେହି ନିର୍ଦ୍ଦିଷ୍ଟ ଦେଶ ସମୂହରେ ସାମିଲ୍‌ ହୋଇଛି ଯାହାଙ୍କ ପାଖରେ ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ଡିଜାଇନ କରିବା ସହ ଏହାର ନିର୍ମାଣ କ୍ଷମତା ରହିଛି। ଭାରତୀୟ ନୌସେନାର ଶାଶ ନବଲ ଡିଜାଇନ ନିର୍ଦେ୍ଦଶାଳୟ (ଡିଏନଡି) ଦ୍ବାରା ଡିଜାଇନ କରାଯାଇଥିଲା ଏହି ଏୟାରକ୍ରାଫ୍ଟ କ୍ୟାରିୟରର ନିର୍ମାଣ ସିଏଲଏଲ କରିଛି।

   Related Posts