ମେ'ରେ ଆମେରିକାରେ ୮୦ ହଜାରରୁ ଅଧିକ ଛଟେଇ, ଟେକ୍ ସେକ୍ଟରରେ ୩,୯୦୦ ଚାକିରି ଖାଇଲା AI

Published By : Prameya-News7 Bureau | June 12, 2023 IST

ନୂଆଦିଲ୍ଲୀ: ଆମେରିକୀୟ ଅର୍ଥବ୍ୟବସ୍ଥା ବର୍ତ୍ତମାନ ସମୟରେ ସବୁ ଆହ୍ୱାନର ସାମନା କରୁଛି । ଦେଶରେ ମାନ୍ଦାବସ୍ଥାର ଭୟ ରହିଛି । ନିକଟରେ ଆମେରିକା ସରକାର ଦେଶକୁ ଡିଫଲ୍ଟ ହେବାରୁ ରକ୍ଷା କରିବା ପାଇଁ ଡେଟ୍ ସିଲିଂ ବଢାଇବାରେ ସଫଳ ହୋଇଥିଲେ । ଅନ୍ୟପଟେ ଆମେରିକାରେ କର୍ମଚାରୀଙ୍କ ଛଟେଇ ଏବେ ବି ଜାରି ରହିଛି । ଏକ ରିପୋର୍ଟ ଅନୁସାରେ ମେ'ରେ ଆମେରିକାରେ ପ୍ରାୟ ୮୦,୦୦୦ରୁ ଅଧିକ ଛଟେଇ ହୋଇଛି ।

ଆମେରିକାର ଏକ୍ସିକ୍ୟୁଟିଭ ଆଉଟପ୍ଲେସମେଣ୍ଟ ଫାର୍ମ ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିସମସ ଇଙ୍କ ଅନୁସାରେ, ଦେଶର କମ୍ପାନିଗୁଡିକୁ ଚଳିତ ବର୍ଷ ମଇରେ ୨୦୨୨ର ରେକର୍ଡକୁ ଭାଙ୍ଗି ଛଟେଇରେ ଚକିତ କଳା ଭଳି ଘୋଷଣା କରିଛନ୍ତି । ଆମେରିକୀୟ କମ୍ପାନିଗୁଡିକୁ ମେ'ରେ ୮୦,୦୮୯ ନିଯୁକ୍ତି ହ୍ରାସ ନେଇ ଘୋଷଣା କରିଛନ୍ତି, ଯାହା ପୂର୍ବ ବର୍ଷ ସମାନ ଅବଧିରେ ୨୦,୭୧୨ ଥିଲା । ଏପରି ଭାବେ ଆମେରିକାରେ ଛଟେଇ ହାର ବଢି ୨୮୭ ପ୍ରତିଶତରେ ପହଞ୍ଚିଛି ।

ପଢନ୍ତୁ: ମାର୍କ ଜୁକରବର୍ଗଙ୍କ ନେତୃତ୍ବ ଉପରେ ନାହିଁ ମେଟା କର୍ମଚାରୀଙ୍କ ଭରସା, ଅନ୍ତରୀଣ ରିପୋର୍ଟରୁ ଆସିଲା ତଥ୍ୟ

ଚଳିତ ବର୍ଷ ଏପ୍ରିଲରେ ଆମେରିକୀୟ କମ୍ପାନି ୬୬,୯୯୫ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ଗତ ମାସରେ ୮୦ ହଜାରରୁ ଅଧିକ ଯେଉଁ ଛଟେଇ ହୋଇଛି, ସେହି ସବୁ ୩୯୦୦ ଟେକ୍ ସେକ୍ଟର ସହ ଜଡିତ ଥିଲେ । ଏବଂ ଏଆଇ କାରଣରୁ ସମସ୍ତେ ନିଜ ଚାକିରି ହରାଇ ବସିଥିଲେ ।

ଚଳିତ ବର୍ଷ ଏବେ ସୁଦ୍ଧା କମ୍ପାନିଗୁଡିକ ୪,୧୭,୦୦୦ ନିଯୁକ୍ତି କମ କରିବା ନେଇ ଘୋଷଣା କରିସାରିଛନ୍ତି । ଗତ ବର୍ଷ ସମାନ ଅବଧିରେ ୧,୦୦,୬୯୪ ଛଟେଇଠାରୁ ୩୧୫ ପ୍ରତିଶତ ଅଧିକ ଅଟେ । ଆମେରିକାରେ କଞ୍ଜୁମର କନଫିଡେନ୍ସ ଛଅ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଥିବା ବେଳେ ନିଯୁକ୍ତି କମ ହେବାରେ ଲାଗିଛି । ମାନ୍ଦାବସ୍ଥା ଭୟ ଭିତରେ ନୂତନ ନିଯୁକ୍ତି ଉପରେ ମଧ୍ୟ କମ୍ପାନିଗୁଡିକ ବ୍ରେକ୍ ଲଗାଇଛନ୍ତି ।

Also Read: ପୁଣି ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଭାରତର ଏଡୁଟେକ୍‌ ୟୁନିକର୍ଣ୍ଣ ବାୟଜୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.