ଲକ୍ଷ୍ମୀସାଗର ଥାନା ଘେରିଲେ ମହିଳା, ଯୁବକଙ୍କୁ ଉଠାଇ ନେବା ପ୍ରତିବାଦରେ ବିରୋଧ

Published By : Prameya-News7 Bureau | November 12, 2022 IST

ଭୁବନେଶ୍ବର ୧୨।୧୦ : ତାତିଲେ ମହିଳା । ଘେରିଲେ ଥାନା । ବିନା କାରଣରେ ଯୁବକଙ୍କୁ ଗିରଫ କରିଛି ପୋଲିସ । ତେଣୁ ତାଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ମହିଳାମାନେ ଦାବି କରିଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନା ଘେରିଲେ ଶତାଧିକ ମହିଳା ।

ଖବର ଅନୁଯାୟୀ, କାର୍ତ୍ତିକେଶ୍ବର ପୂଜା ଭସାଣୀ ପ୍ରୋସେସନ ଚାଲିଥିଲା । ଏହି ସମୟରେ ପୋଲିସ ଜଣେ ଯୁବକଙ୍କୁ ହଠାତ୍‌ ବିନା କାରଣରେ ଉଠାନେଇଥିଲା । ରାତି ୧୦ଟା ପରେ ଅଧିକ ଡିଜେ ସାଉଣ୍ଡ ବଜାଇ ପ୍ରସୋସନ କରୁଥିବାର ଅଭିଯୋଗ ଆଣି ଉକ୍ତ ଯୁବକଙ୍କୁ ଉଠାଇ ନେଇଛି ପୋଲିସ । ସେପଟେ ବିନା କାରଣରେ ପୋଲିସ ଉଠାଇନେଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ଶେଷରେ ଏହି ଗିରଫର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ମହିଳା ।

ଶନିବାର ସକାଳ ସମୟରେ ଲକ୍ଷ୍ମୀସାଗର ଅଞ୍ଚଳର ଶତାଧିକ ମହିଳାମାନେ ଥାନା ଘେରାଉ କରିଛନ୍ତି । ବିନା କାରଣରେ ଗିରଫ ହୋଇଥିବା ଯୁବକଙ୍କୁ ତୁରନ୍ତ ଛାଡିବାକୁ ଦାବି ନେଇ ଲକ୍ଷ୍ମୀସାଗର ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା । ଥାନାରୁ ନଛାଡିବା ଯାଏଁ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ମହିଳା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.