ଧର୍ମଶାଳାରେ ଜମୁଛି ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ବଢାଉଛି ସାଜ୍ଜସଜ୍ଜା

Published By : Prameya-News7 Bureau | October 14, 2022 IST

ଚଣ୍ଡୀଖୋଲ ୧୪/୧୦: ମାଆ ଗଜଲକ୍ଷ୍ମୀଙ୍କ ଆଗମନରେ ସମଗ୍ର ପରିବେଶ ହୋଇଛି ଭକ୍ତିମୟ । ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମାଙ୍କ ପୂଜାର୍ଚନା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି ।

ଦୀର୍ଘ ୩୭ ବର୍ଷ ଧରି ପୂଜା ମଣ୍ଡପରେ ମା ପୂଜା ପାଇ ଆସୁଛନ୍ତି । ଏଠାରେ ୮ ଦିନ ଧରି ମାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡଶ ଉପଚାର ପୂଜା ଭଳି ରୀତିନୀତି ରେ ମାଙ୍କ ପୂଜା ହେଉଛି । ଚିକମିକ ଆଲୁଅ ସାଙ୍ଗକୁ ସୁନ୍ଦର ସାଜସଜା ବେଶ ଆକର୍ଷିତ କରୁଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ବାଜା କୀର୍ତନରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ ।

wp:html /wp:html

ମଣ୍ଡପରେ ଭକ୍ତ ମାନେ ପହଁଚି ମାଙ୍କ ଦର୍ଶନ କରୁଛନ୍ତି । ସ୍ଥାନୀୟ ଅଂଚଳରେ ଏହା ଏକ ପାରମ୍ପରିକ ପର୍ବ ଭାବେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ବିଭିନ୍ନ ଅଂଚଳରେ ମାଆଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ମାନଙ୍କ ଆଗମନ ହେଉଥିବା ବେଳେ ସୁରକ୍ଷା ପାଇଁ ପୋଲିସ ମଧ୍ୟ୍ୟ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.