ପୂର୍ବକଛ ମେଲଣ ପଡ଼ିଆରେ ଲକ୍ଷ୍ମୀ ନୃସିଂହନାଥଙ୍କ ବିମାନର ଦୃଶ୍ୟ, ଭକ୍ତଙ୍କ କାନ୍ଧରେ ବସି ଭୋଗ ଖାଆନ୍ତି ଠାକୁର
8/03/2023 at 3:14 PM

ସାଲେପୁର ୦୮/୦୩: ଦୋଳ ମେଳଣ ପାଇଁ ଉତ୍ସବମୁଖର ମେଳଣ ପଡିଆ । ଏଥିପାଇଁ କଟକ ଜିଲ୍ଲା ସାଲେପୁର ବ୍ଳକ ପୂର୍ବକଛ ମେଳଣ ପଡିଆ ହୋଇଉଠିଛି ଉତ୍ସବମୁଖର । ଏହି ପଡ଼ିଆରେ ପ୍ରଭୁ ଲକ୍ଷ୍ମୀନୃସିଂହନାଥ ଏକାକୀ ବିରାଜମାନ କରିଥାନ୍ତି । ପ୍ରଭୁଙ୍କ କୃପାଲାଭ କରିବାପାଇଁ ଗାଁ ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୂରଣ ପାଇଁ ଅଧିହା ପଡ଼ିଥାନ୍ତି ।
ପ୍ରଭୁ ସେମାନଙ୍କ ଉପରେ ବିରାଜମାନ ହୋଇ ଗାଁ ଦାଣ୍ଡରେ ବୁଲିଥାନ୍ତି । ସମସ୍ତ ଭକ୍ତଙ୍କୁ କାନ୍ଧରେ ରହି ଦର୍ଶନ ଦେଇଥାନ୍ତି । ନିର୍ଦ୍ଧିଷ୍ଟ ପିଣ୍ଡିରେ କାନ୍ଧରେ ରହି ଭୋଗଲାଗି କରିଥାନ୍ତି । ଯେଉଁ ରାସ୍ତାରେ ଲକ୍ଷ୍ମୀନୃସିଂହନାଥ ଯାଇଥାନ୍ତି ସେହି ରାସ୍ତାରେ ଫେରନ୍ତି ନାହିଁ ବୋଲି ବିମ୍ବଦନ୍ତି କହେ ।
ପୂର୍ବକଛ, ମଧ୍ୟକଛ, ଚମ୍ପତି, ପଦ୍ମପୁର, ପୀରବଜାର, ବାରଗୋଡ଼ିଆ, ସାତଗୋଡ଼ିଆ ଅଂଚଳରେ ପ୍ରଭୁ କାନ୍ଦରେ ରହି ଏକାକୀ ପରିଭ୍ରମଣ କରିବା ପରେ ଲକ୍ଷ୍ମୀ ନୃସିଂହନାଥଙ୍କ ପଡ଼ିଆରେ ପହଂଚିବା ପରେ ମେଣ୍ଢା କୁଡ଼ିଆପୋଡି ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଏକାକୀ ମେଣ୍ଢାକୁଡ଼ିଆ ପୋଡିରେ ପରିଭ୍ରମଣ କରି ସମାଜରୁ ପାପ ଓ କଳିକାଳ ଦୂର କରିଥାନ୍ତି । ଏହିପରି ଚାଲେ ମେଲଣ କାର୍ଯ୍ୟକ୍ରମ।