ଆଜି ଶ୍ରୀଜିଉଙ୍କ ଲକ୍ଷ୍ମୀନୃସିଂହ ବେଶ

Published By : Prameya-News7 Bureau | November 29, 2020 IST

ପୁରୀ,୨୯/୧୧: ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ । ଶ୍ରୀଅଙ୍ଗରେ ସୁବର୍ଣ୍ଣ କିଆ ଡାଳି ଭଳି ଖଞ୍ଜାଯାଉଥିବାରୁ ବେଶର ନାମ ଏଭଳି ହୋଇଛି ।

ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଦୁଇଟି ଡ଼ାଳି ଚୂଳ ଶୋଭା ପାଏ । ଧାଡ଼ି ଧାଡ଼ି ହୋଇ ପୁଷ୍ପ ଅଳଙ୍କାର ଖଞ୍ଜା ଯାଇଥାଏ । ମଝିରେ ସୁବର୍ଣ୍ଣ କିଆ ସବୁ ଖଞ୍ଜା ଯାଏ । ସମଗ୍ର ବେଶକୁ ଧରି ରଖେ ଶ୍ରୀମୁଖରେ ଲାଗିହୋଇଥିବା ଗୋଟିଏ ଲେଖାଏଁ ବଳା ।

ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ସୁବର୍ଣ୍ଣ କିରିଟ ଶୋଭା ପାଇବ । ଏହିଦିନ ମଧ୍ୟ ଠାକୁରଙ୍କ ରାହାସ ନୀତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.