ଗଞ୍ଜାମ ଜିଲ୍ଲାରେ ଗଡିବ 'ଲକ୍ଷ୍ମୀ' ବସ୍, ପ୍ରଥମ ପର୍ଯ୍ୟାୟରେ ୧୨୪ଟି ରୁଟ୍‌ରେ ଚାଲିବ ଗାଡି

Published By : Prameya-News7 Bureau | February 21, 2024 IST

ଖଲ୍ଲିକୋଟ  ୨୧।୦୨ :  ଗଞ୍ଜାମ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ଏହାକୁ ଆଜି ଭର୍ଚ୍ଚୁଆଲରେ ମାଧ୍ୟମରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଜିଲ୍ଲା ସଦର ମହକୁମା ଛତ୍ରପୁର ରୁ ଏହାର ଶୁଭାରମ୍ଭ ହେବ । ଗଞ୍ଜାମ ଜିଲ୍ଲାର ୧୨୪ଟି ରୁଟରେ ୧୨୪ ଲକ୍ଷ୍ମୀ ବସ ଚାଲିବାକୁ ଥିବା ବେଳେ ପ୍ରଥମେ ୪୭ଟି ବସ ଗଡିବ ।  ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ପଞ୍ଚାୟତରେ ଏହି ବସ ଗଡିବ ବୋଲି ସୂଚନା ମିଳିଛି ।

wp:embed {"url":"https://www.prameyanews7.com/laxmi-bus-innaguration-five-distric-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/laxmi-bus-innaguration-five-distric-today/
/wp:embed

ତେବେ ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ । ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଲକ୍ଷ୍ମୀ ବସ ମାଧ୍ୟମରେ ମିଳିବ । ପୂର୍ବରୁ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ବହୁ ଅସୁବିଧା ହେଉଥିଲେ ବିଶେଷ କରି ଗମନାଗମନ ବ୍ୟବସ୍ଥା ପାଇଁ । ଏନେଇ  ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଜିଲା ଗସ୍ତ ବେଳେ ଜନସାଧାରଣମାନେ ଗମନାଗମନ ବ୍ୟବସ୍ଥା ସୁବିଧା ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ବସ ସୁବିଧା କରାଯାଇଛି । ଛାତ୍ରଛାତ୍ରୀ, ମହିଳାମାନେ ମାତ୍ର ୫ ଟଙ୍କାରେ ଏହି ବସରେ ଯିବାଆସିବା କରିପାରିବେ । ବହୁ କମଖର୍ଚ୍ଚରେ ଏହି ସୁବିଧା ଯାତ୍ରୀମାନେ ପାଇପାରିବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ ସଂଯୋଗ ଏହି ଲକ୍ଷ୍ମୀ ବସରେ ପାଇପାରିବେ ଲୋକେ ।  ବିଭିନ୍ନ ପଞ୍ଚାୟତରେ ଏବେ ଲକ୍ଷ୍ମୀ ବସ ଷ୍ଟପ ସ୍ଥଳ କରାଯାଇଛି ।

wp:embed {"url":"https://www.prameyanews7.com/deepika-padukone-pregnant-with-her-first-baby/","type":"wp-embed","providerNameSlug":"prameya-news-7"}
https://www.prameyanews7.com/deepika-padukone-pregnant-with-her-first-baby/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.