ସେମିଫାଇନାଲରେ ଭାରତର ପରାଜୟ ନେଇ ଲକ୍ଷ୍ମଣ ଓ ସେହୱାଗ କହିଲେ ଏମିତ କଥା… ଜଡେଜା-ଧୋନୀଙ୍କୁ ନେଇ ଦେଲେ ଟିପ୍ପଣୀ
11/07/2019 at 11:26 AM

୨୦୧୯ ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ୧୮ରନ୍ ରେ ପରାସ୍ତ ହୋଇ ବିଶ୍ବକପ୍ରୁ ଭାରତ ବିଦାୟ ନେଇଛି । ଏହି ପରାଜୟ ପାଇଁ ବିଶ୍ବକପ୍ର ସ୍ବପ୍ନ ଚୁରମାର ହୋଇଯାଇଛି। ଏହି ମୁକାବିଲାରେ ଭାରତର ବ୍ୟାଟିଂ ଅର୍ଡର ଫ୍ଲପ୍ ହୋଇଥିଲା। ରୋହିତ ଶର୍ମା, ଲୋକେସ ରାହୁଲ ଓ ବିରାଟ କୋହଲି ମାତ୍ର ଏକ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। କିନ୍ତୁ ରବିନ୍ଦ୍ର ଜଡେଜା ଓ ମହେନ୍ଦ୍ର ସିଂହ ଧୋନୀ ଶେଷ ଯାଏଁ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ସମଗ୍ର ଜଗତ ଏହି ଦୁଇ କ୍ରିକେଟରଙ୍କ ପ୍ରଶଂସା କରୁଛି।

ନ୍ୟୁଜିଲାଣ୍ଡ ସଫଳତା ହାସଲ କରିଥିବାରୁ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଖେଳାଳୀ ଭିଭିଏସ୍ ଲକ୍ଷ୍ମଣ ଟିମ୍କୁ ଶୁଭକାମନା ଜଣାଇଛନ୍ତି । ଏହା ସହ ଲକ୍ଷ୍ମଣ ଜଡେଜା ଓ ଧୋନୀଙ୍କର ବହୁତ ପ୍ରଶଂସା କରିଛନ୍ତି। ସେ ତାଙ୍କ ଟୁଇଟରରେ ଲେଖିଛନ୍ତି ଯେ, “ବିଶ୍ବକପ୍ ଫାଇନାରେ ପହଞ୍ଚିବା ପାଇଁ କେନ୍ ୱିଲିୟମସନ ଓ ନ୍ୟୁଜିଲ୍ୟାଣ୍ଡକୁ ଶୁଭକାମନା । ରବିନ୍ଦ୍ର ଓ ଧୋନୀ ମିଶି ବହୁତ ଭଲ ପ୍ରଦର୍ଶନ କରିଛନ୍ତି”।

ଏହା ସହ ଭାରତୀୟ ଟିମ୍ର ପୂର୍ବତନ ଖେଳାଳୀ ମହମ୍ମଦ କୈଫ ମଧ୍ୟ ଧୋନୀ ଓ ଜଡେଜାଙ୍କ ପ୍ରଶଂସା କରିଛନ୍ତି। ସେ ଟୁଇଟ୍ କରିଛନ୍ତି ଯେ,” ଜଡେଜା ନିଜ ଜୀବନର ସବୁଠୁ ଭଲ ଇନିଂସ ଖେଳିଛନ୍ତି। ଭାରତ ଭଲ ମୁକାବିଲା କରିଛି। ଫାଇନାଲରେ ପହଞ୍ଚିଥିବାରୁ ନ୍ୟୁଜିଲ୍ୟାଣ୍ଡକୁ ଶୁଭକାମନା”।

ବରିଷ୍ଠ କ୍ରିକେଟର ବିରେନ୍ଦ୍ର ସେହୱଗ ମଧ୍ୟ ଜଡେଜାଙ୍କର ବହୁତ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ, ଧୋନୀ ଓ ଜଡେଜାଙ୍କ ଦମଦାର ପ୍ରଦର୍ଶନ ଦେଖି ସେ ଖୁସି। ପ୍ରଥମ ବ୍ୟାଟିଂରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ୱିକେଟ ହରାଇ ୨୩୯ ରନ୍ କରିଥିଲା। ଅପରପକ୍ଷରେ ଟିମ୍ ଇଂଡିଆ ୨୨୧ ରନ୍ ରେ ଇଲ ଆଉଟ ହୋଇଥିଲା। ଜଡେଜା ୫୯ ବଲ୍ର ସାମ୍ନା କରି ୭୭ ରନ୍ କରିଛନ୍ତି। ଏହା ସହ ଧୋନୀ ୭୨ ବଲ୍ରେ ୫୦ ରନ୍ କରିଥିଲେ।