ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ ଧାରଣା ; ଜିଲ୍ଲା ଜଜ୍ ଓ ଏସଡିଜେଏମଙ୍କୁ ରାସ୍ତାରେ ଅଟକାଇଲେ
25/10/2018 at 12:49 PM

ସମ୍ବଲପୁର ୨୫|୧୦: ସମ୍ବଲପୁର ଜିଲ୍ଲା ଜଜ୍ ଓ ଏସଡିଜେଏମଙ୍କୁ ରାସ୍ତାରେ ଅଟକାଇଲେ ଆଇନଜୀବୀ । କଚେରୀ ଛକରେ ଘଣ୍ଟାଏ କାଳ ଅଟକାଇ ରଖିଲେ ଆଇନଜୀବୀ । ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୫୦ଦିନ ହେଲା ଆଇନଜୀବୀମାନେ ଆନ୍ଦୋଳନ ଚଳାଇଛନ୍ତି । ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି କୋର୍ଟ କଚେରୀ । ଏହା ସହ ଆରଡିସି, ଜିଲ୍ଲାପାଳଙ୍କ ସମେତ ୨୧ଟି ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଆଜି ଜିଲ୍ଲା ଓ ଏସଡିଜେଏମ୍ କୋର୍ଟକୁ ଯିବାବେଳେ ଆଇନଜୀବୀମାନେ ସେମାନଙ୍କୁ ଅଟକାଇଥିଲେ । ଓକିଲ ବାଧା ଦେବାରୁ କୋର୍ଟକୁ ନଯାଇ ଫେରିଛନ୍ତି ଜଜ୍ ।
Related Posts
ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6 February 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6 February 2023