ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗରେ କୋରାପୁଟ ଓକିଲ ସଂଘକୁ ଭେଟିଲାନି କମିଟି, ଆସନ୍ତାକାଲିଠୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଓକିଲଙ୍କ ଆନ୍ଦୋଳନ

Published By : Prameya-News7 Bureau | July 11, 2019 IST

ଜୟପୁର ୧୧|୭: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କୋରାପୁଟର ଓକିଲ ସଂଘକୁ ଭେଟିଲାନି ୫ ଜଣିଆ କମିଟି । ପ୍ରତିବାଦରେ ଜୟପୁର ଓକିଲ ସଂଘ ପକ୍ଷରୁ ଜୟପୁର କୋର୍ଟ, ତହସିଲ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଓକିଲ । ଆସନ୍ତାକାଲି ଠାରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇବେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆନ୍ଦୋଳନ । ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ଗତବର୍ଷ ଡିସେମ୍ବର ୪ ତାରିଖରୁ ଓକିଲମାନେ ଆନ୍ଦୋଳନ କରି ଆସୁଛନ୍ତି । ଏହା ସହ କୋର୍ଟ କାର୍ଯ୍ୟ ମଧ୍ୟ ବର୍ଜନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସମାଧାନ ପାଇଁ ଗଠିତ ହୋଇଥିବା ୫ ଜଣିଆ କମିଟିକୁ ଭେଟିବାକୁ କୋରାପୁଟର ଓକିଲ ସଂଘ ଭୁବନେଶ୍ବର ଆସିଥିଲେ । ତେବେ କମିଟି ଭେଟିବାକୁ ମନା କରିଦେବାରୁ ଆଜିଠାରୁ ସମସ୍ତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଓକିଲ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.