krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଲିସ ଶୁଣିଲାନି ଅଭିଯୋଗ; ଉଦୟନିଧି ଓ ଏ. ରାଜାଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ

7/09/2023 at 7:08 PM

ଚେନ୍ନାଇ: ସନାତନ ଧର୍ମ ବିରୁଦ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ତାମିଲନାଡୁ ଶାସକ ଦଳର ସାଂସଦ ଏ ରାଜା ଓ ତାମିଲନାଡୁ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧିଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଆଇନଜୀବୀ ବିନୀତ ଜିନ୍ଦଲ ଏହି ଆବେଦନ କରିଛନ୍ତି। ଉଦୟନିଧି ଓ ଏ ରାଜା ସନାତନ ଧର୍ମକୁ ନଷ୍ଟ କରିଦେବାକୁ ଧମକାଇଲେ, ତଥାପି ତାମିଲନାଡୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି। ବାଧ୍ୟ ହୋଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଲା ବୋଲି ଆଇନଜୀବୀ କହିଛନ୍ତି।

ଆବେଦନକାରୀ ଆହୁରି କହିଛନ୍ତି ଯେ ଏହି ମାମଲାରେ ପ୍ରଥମେ ଦିଲ୍ଲୀ ପୋଲିସକୁ ମଧ୍ୟ ଅଭିଯୋଗ କରାଯାଇଥିଲା। କିନ୍ତୁ ଦିଲ୍ଲୀ ପୁଲିସ ଘଟଣାରେ ଏଫ୍ଆଇଆର୍ ରୁଜୁ କଲାନାହିଁ। କିନ୍ତୁ ସୁପ୍ରିମକୋର୍ଟ ପୂର୍ବରୁ ସମସ୍ତ ରାଜ୍ୟର ପୁଲିସକୁ ଘୃଣା ବିବୃତ୍ତି ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତାମିଲନାଡୁ ପୁଲିସ ଓ ଦିଲ୍ଲୀ ପୁଲିସ ମାମଲା ରୁଜୁ ନ କରି କୋର୍ଟର ଅବମାନନା କରିଛି ବୋଲି ଆବେଦନକାରୀ ଓକିଲ ଦର୍ଶାଇଛନ୍ତି।

ତେଣୁ ଉଦୟନିଧି ଓ ଏ ରାଜାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ  ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପଡ଼ିଲା ବୋଲି ବିନୀତ କହିଛନ୍ତି।

ପଢ଼ନ୍ତୁ-ସନାତନ ଧର୍ମକୁ ନେଇ ପୁଅ ସମର୍ଥନରେ ବାହାରିଲେ ଏମ୍‌କେ ଷ୍ଟାଲିନ୍; କହିଲେ- ପ୍ରଧାନମନ୍ତ୍ରୀ ସତ ନ ଜାଣି ଏଭଳି କହିବା ନ୍ୟାୟୋଚିତ ନୁହେଁ

ସୂଚନା ଅନୁସାରେ ବିନୀତ ଜିନ୍ଦଲ ଉଭୟ ନେତାଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସରେ ଅଭିଯୋଗ କରିଥିଲେ। ହେଲେ ଦିଲ୍ଲୀ ପୁଲିସ ତାଙ୍କ ଅଭିଯୋଗକୁ ରୁଜୁ କରି ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ବିନୀତ ତାଙ୍କ ଅଭିଯୋଗରେ ସନାତନ ଧର୍ମର ଅପମାନ କରିବା, ଧର୍ମିକ ଆଧାରରେ ସମାଜକୁ ଭାଗ ଭାଗ କରିବା ଓ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଆଦି ଦର୍ଶାଇଥିଲେ।

କ’ଣ କହିଥିଲେ ଏ ରାଜା ?

ସନାତନ ଧର୍ମ ଏକ ସାମାଜିକ ରୋଗ। ସନାତନକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ତୁଳନା କରିବାରେ ଉଦୟାନିଧି ନମ୍ରତା ଦେଖାଇଛନ୍ତି। କାରଣ ଏହାକୁ ଏଚ୍.ଆଇ.ଭି ଏବଂ କୁଷ୍ଠରୋଗର ରୋଗ ସହିତ ତୁଳନା କରାଯିବା ଉଚିତ୍। ଏହି ରୋଗ ଅପେକ୍ଷା ଏହା ଅଧିକ ବିପଜ୍ଜନକ ବୋଲି ଏ ରାଜା କହିଥିଲେ।

ଉଦୟନିଧି ଷ୍ଟାଲିନ୍‌ଙ୍କ ବୟାନ

ଆପଣଙ୍କୁ କହି ରଖୁଛୁ ଯେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ସହ ତୁଳନା କରି ଏହାକୁ ସମୂଳେ ବିନାଶ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ “ସନାତନ ଧର୍ମ ଲୋକଙ୍କୁ ଧର୍ମ ଓ ଜାତି ଆଧାରରେ ବିଭାଜିତ କରୁଛି। ସନାତନ ଧର୍ମକୁ ନଷ୍ଟ କରିବା ମାନବିକତା ଏବଂ ସମାନତାକୁ କାଏମ ରଖିବା ହିତରେ ହେବ।”

   Related Posts