ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ : ଆଜି ବସିବ ବାର୍ ଆସୋସିଏସନ ବୈଠକ, ସେପଟେ ହାଇକୋର୍ଟରେ ମାମଲାର ଶୁଣାଣି

Published By : Prameya-News7 Bureau | November 09, 2018 IST

କଟକ ୯|୧୧: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ଆଜି ହୁଏତ ଏକ ନିର୍ଯ୍ୟାସ ବାହାରି ପାରେ । ଏନେଇ ଆଜି ଅପରାହ୍ନରେ  ହାଇକୋର୍ଟ ବାର ଆସୋସିଏସନର ସାଧରଣ ପରିଷଦ ବୈଠକ ବସିବ । ସେହିପରି କଟକରେ ଥିବା ଅନ୍ୟାନ୍ୟ ବାର ଆସୋସିଏସନ ମାନଙ୍କର ମଧ୍ୟ ଆଜି ଜରୁରୀ ବୈଠକ ବସୁଥିବାର ସୂଚନା ମିଳିଛି । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଏ ସଂକ୍ରାନ୍ତରେ ଦାଏର ହୋଇଥିବା ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହେବ ।  ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ମାରିବା ଘଟଣାର ଦୈନନ୍ଦିନ ଆଧାରରେ ତଦନ୍ତ କରିବାଲାଗି ଗତମାସ ୩୦ ତାରିଖରେ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତଦନ୍ତ ପ୍ରକ୍ରିୟାକୁ ଖୁବଶୀଘ୍ର ଶେଷକରି  ୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାଲାଗି ତଦନ୍ତକାରି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପକ୍ରିୟାକୁ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି ତଦାରଖ କରିବେ ବୋଲି ମଧ୍ୟ କୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ । ଆଜି କ୍ରାଇମବ୍ରାଞ୍ଚ କୋର୍ଟରେ ତଦନ୍ତ ରିପୋର୍ଟ ଦେବ । ଏହା ଆଧାରରେ  ହାଇକୋର୍ଟ ହୁଏତ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.